କଟକ: ଓସିଏ ପକ୍ଷରୁ ଚାଲିଥିବା ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍ର ସୁପରଲିଗ୍ ପର୍ଯ୍ୟାୟ ରବିବାରଠୁ ଆରମ୍ଭ ହେବ। ରେଭେନ୍ସା ବିଶ୍ବବିଦ୍ୟାଳୟ ଓ କିଟ୍ ଷ୍ଟାଡିୟମ୍ରେ ମ୍ୟାଚ୍ଗୁଡ଼ିକ ଖେଳାଯିବ। ତିନିଦିନ ପର୍ଯ୍ୟନ୍ତ ସୁପରଲିଗ୍ ଚାଲିବା ପରେ ୨୨ ତାରିଖ ସ˚ଧୢାରେ ବାରବାଟୀ ଷ୍ଟାଡିୟମ୍ରେ ଫାଇନାଲ୍ ଖେଳାଯିବ। ଶନିବାର ଶେଷ ଦଳ ଭାବେ କଟକ ବି’ ସୁପରଲିଗ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ଲିଗ୍ ପର୍ଯ୍ୟାୟର ଶେଷ ଦିନରେ କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ବିପକ୍ଷରେ କଟକ ଖେଳିଥିବା ଦୁଇଟିଯାକ ମ୍ୟାଚ୍ରେ ବିଜୟୀ ହୋଇ ଏହି ଯୋଗ୍ୟତା ହାସଲ କରିଛି। ସୁପରଲିଗ୍ରେ ପ୍ରବେଶ କରିଥିବା ୬ଟି ଦଳକୁ ନେଇ ଦୁଇଟି ଗ୍ରୁପ୍ କରାଯାଇଛି। ଗ୍ରୁପ୍ ଏ’ରେ କଟକ ଏ’, ବାଲେଶ୍ବର, ଭୁବନେଶ୍ବର ବି’ ଏବ˚ ଗ୍ରୁପ୍ ବି’ରେ ଭୁବନେଶ୍ବର ଏ’, ଇକୋର୍ସା, କଟକ ବି’ ସ୍ଥାନ ପାଇଛନ୍ତି। ପ୍ରତ୍ୟେକ ନିଜ ନିଜ ଗ୍ରୁପ୍ର ଦଳମାନଙ୍କ ସହ ଖେଳିବା ପରେ ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦଳ ଫାଇନାଲ୍ରେ ଭେଟାଭେଟି ହେବେ।
ଶନିବାର ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ମଧ୍ୟରେ କଟକ ବି’ ୯ ଵିକେଟରେ କେନ୍ଦ୍ରାପଡ଼ାକୁ ଏବଂ ୨୫ ରନ୍ରେ ଢେଙ୍କାନାଳକୁ, ଢେଙ୍କାନାଳ ୭ ଵିକେଟରେ ପାରାଦ୍ବୀପକୁ, ପାରାଦ୍ବୀପ ୭ ଵିକେଟରେ ଦେଓଗଡ଼କୁ, ନବରଙ୍ଗପୁର ୪୨ ରନ୍ରେ ଅନୁଗୁଳକୁ, କେନ୍ଦ୍ରାପଡ଼ା ୭ ଵିକେଟରେ ଅନୁଗୁଳକୁ ହରାଇଛନ୍ତି। ଶନିବାର ଗୋଟିଏ ଶତକ ଓ ୫ ଅର୍ଧଶତକ ହୋଇଛି। ନବରଙ୍ଗପୁରର ସୁକେଶ ହିରା ୧୩୦ ରନ୍ ସ˚ଗ୍ରହ କରିଥିଲା ବେଳେ ଗୌରବ ଚୌଧୁରୀ ୭୪, ପୂର୍ଣ୍ଣଚନ୍ଦ୍ର ମାଝୀ ୬୪, ରାକେଶ ଗୋଚ୍ଛାୟତ ୬୧, ଆରିଫ ବେଗ୍ ୫୭, ଅବିନାଶ ନାୟକ ୫୭* ଅର୍ଧଶତକ ଜମାଇଥିଲେ। ଶନିବାର ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକରେ ଅତିଥି ଭାବେ ବାରବାଟୀ ଷ୍ଟାଡିୟମରେ ଭଦ୍ରକ କ୍ରିକେଟ ସ˚ଘ ଉପେନ୍ଦ୍ର କୁମାର ବାରିକ, ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏସ୍ବିଆଇର ଉପେନ୍ଦ୍ର କୁମାର ଦାଶ, ବିଡ଼ାନାସୀରେ ଡକ୍ଟର ଦେବାଶିଷ ପ୍ରଧାନ ଯୋଗଦେଇଥିଲେ।