କଟକ: କଟକ ଓ ଭୁବନେଶ୍ବରର ବିଭିନ୍ନ ପଡ଼ିଆରେ ଚାଲିଥିବା ୧୬ ବର୍ଷରୁ କମ୍ ଅନ୍ତଃ ଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ଶନିବାର ନୟାଗଡ଼, କେନ୍ଦୁଝର, ଭୁବନେଶ୍ବର ଏ’, ଖୋର୍ଦ୍ଧା, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଯାଜପୁର, ରାଉରକେଲା ବିଜୟୀ ହୋଇଛନ୍ତି। ଅଡ଼ଶପୁର କଲେଜ ପଡ଼ିଆରେ ନୟାଗଡ଼ ୧୯୮ ରନ୍ରେ ଢେଙ୍କାନାଳକୁ, ହାଇଟେକ୍ ପଡ଼ିଆରେ କେନ୍ଦୁଝର ୧୨୯ ରନ୍ରେ ସୋନପୁରକୁ, ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଭୁବନେଶ୍ବର ଏ’ ୧୦ ୱିକେଟରେ କେରାପୁଟକୁ, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପଡ଼ିଆରେ ଖୋର୍ଦ୍ଧା ୨୩ ରନ୍ରେ କନ୍ଧମାଳକୁ, ବିଜେବି ହାଇସ୍କୁଲ ପଡ଼ିଆରେ ଝାରସୁଗୁଡ଼ା ୧୭୭ ରନ୍ରେ ବୌଦ୍ଧକୁ, ସି.ଭି. ରମଣ କଲେଜ ପଡ଼ିଆରେ କେନ୍ଦ୍ରାପଡ଼ା ୭ ୱିକେଟରେ ବାଲେଶ୍ବରକୁ, ନିମପୁର ଷ୍ଟାଡିୟମରେ ଯାଜପୁର ୭ ୱିକେଟରେ ଦେଓଗଡ଼କୁ, ଡ୍ରିମ୍ସ ଷ୍ଟାଡିୟମରେ ରାଉରକେଲା ୩୨ ରନ୍ରେ ମାଲକାନଗିରିକୁ ହରାଇଛି। ନୟାଗଡ଼ର ବିଶ୍ବଜିତ ପ୍ରଧାନ (୧୨୪*), ଦେବଜ୍ୟୋତି ପଟ୍ଟନାୟକ (୧୦୦*) ଶତକ ଅର୍ଜନ କରିଥିଲା ବେଳେ ଶୁଭାଶିଷ ମଲ୍ଲିକ ୫୧, ଅଭିଷେକ ସାହୁ ୫୬, ଓମ୍ ସକୁନିଆ ୫୫, ଆୟୁଷ ପଣ୍ଡା ୮୩, ଅମନ ଦାଶ ୭୫*, କ୍ରୀଷ୍ଣା ମହାନ୍ତି ୫୬* ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ବୋଲରଙ୍କ ମଧ୍ୟରେ ରାଉରକେଲାର ଖୁସ୍ୱନ୍ତ ସାନ୍ଧୁ ୬ ଏବଂ ଯାଜପୁରର ସାଗର ସାମଲ ୫ ୱିକେଟ ସଫଳତା ପାଇଛନ୍ତି।
ଅନ୍ତଃଜିଲ୍ଲା ୧୬ ବର୍ଷରୁ କମ୍ କ୍ରିକେଟ: ବିଶ୍ବଜିତ ଓ ଦେବଜ୍ୟୋତିଙ୍କ ଅପରାଜିତ ଶତକ
/sambad/media/post_attachments/wp-content/uploads/2022/09/sfhsffsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)