କଟକ: ଅନ୍ତଃଜିଲ୍ଲା ୧୬ ବର୍ଷରୁ କମ୍ କ୍ରିକେଟରେ ଗୁରୁବାର ଭୁବନେଶ୍ବର-ବି, କେନ୍ଦୁଝର, ମାଲକାନଗିରି ବିଜୟୀ ହୋଇଥିବା ବେଳେ କଟକ ‘ବି’-ମୟୂରଭଞ୍ଜ, ଖୋର୍ଦ୍ଧା-ଗଜପତି, ବରଗଡ଼-ପୁରୀ ମ୍ୟାଚ୍ ପ୍ରବଳ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଭୁବନେଶ୍ବର-ବି ଜଗତସିଂହପୁରକୁ ଡିଏଲଏସ ମେଥଡରେ ୧୬୬ ରନ୍ରେ, କେନ୍ଦୁଝର କନ୍ଧମାଳକୁ ୪ ୱିକେଟ୍ରେ, ମାଲକାନଗିରି ନୂଆପଡାକୁ ଡିଏଲଏସ୍ ମେଥଡ୍ରେ ୭ ୱିକେଟ୍ରେ ହରାଇଛି। ଅଡ଼ଶପୁର ପଡିଆରେ ଭୁବନେଶ୍ବର-ବି ୪୭ ଓଭରରେ ୪ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଜବାବରେ ଜଗତସିଂହପୁର ୨୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୮ ରନ୍ କରିଥିଲା। ଭୁବନେଶ୍ବର-ବି ପକ୍ଷରୁ ପ୍ରୟାଣ ସାମଲ ୧୨୪ ବଲ୍ରୁ ୧୩୨ ରନ୍ କରିଥିଲେ। ବିଜେଏଚଏସ୍ ପଡ଼ିଆରେ କନ୍ଧମାଳ ୩୧.୫ ଓଭରରେ ସମସ୍ତ ୱିକେଟ୍ ୯୨ ରନ୍ କରିଥିଲା। ଜବାବରେ କେନ୍ଦୁଝର ୨୦.୨ ଓଭରରେ ୬ ୱିକେଟ୍ ହରାଇ ୯୩ ରନ୍ କରି ବିଜୟୀ ହୋଇଥିଲା। ରେଭେନ୍ସା ଗ୍ରାଉଣ୍ଡ୍-୨ରେ ନୂଆପଡା ୨୬ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା। ମାଲକାନଗିରି ୨୨.୫ ଓଭରରେ ୩ ୱିକେଟ୍ ହରାଇ ୮୮ ରନ୍ କରିଥିଲା। ଡିଏଲଏସ୍ ମେଥଡରେ ମାଲକାନଗିରି ଦଳକୁ ବିଜୟୀ ଘୋଷଣା କରାଯାଇଥିଲା।
ଅନ୍ତଃଜିଲ୍ଲା ୧୬ ବର୍ଷରୁ କମ୍ କ୍ରିକେଟ୍: ଭୁବନେଶ୍ବର, କେନ୍ଦୁଝର, ମାଲକାନଗିରି ବିଜୟୀ
/sambad/media/post_attachments/wp-content/uploads/2023/05/654654g65dadadadg.jpg)