ଭୁବନେଶ୍ବର: କଟକ ଓ ଭୁବନେଶ୍ବରର ବିଭିନ୍ନ ପଡ଼ିଆରେ ଚାଲିଥିବା ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ବୁଧବାର ସମ୍ବଲପୁର, ବରଗଡ଼, କଟକ ବି’, ଗଞ୍ଜାମ, ପୁରୀ, ଭୁ‌ବନେଶ୍ବର ବି’, ଅନୁଗୁଳ ବିଜୟୀ ହୋଇଛନ୍ତି। ବିଜେବି ହାଇସ୍କୁଲ ପଡ଼ିଆରେ ସମ୍ବଲପୁର ୧ ୱିକେଟରେ ବଲାଙ୍ଗୀରକୁ, ସି.ଭି. ରମଣ କଲେଜ ପଡ଼ିଆରେ ବରଗଡ଼ ୩ ୱିକେଟରେ ପାରାଦୀପକୁ, ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ କଟକ ବି’ ୩୨ ରନ୍‌ରେ ଗଜପତିକୁ, ବିଡ଼ାନାସୀ ପଡ଼ିଆରେ ଗଞ୍ଜାମ ୯ ୱିକେଟରେ ନବରଙ୍ଗପୁରକୁ, ରେଭେନ୍ସା ୨ ନମ୍ବର ପଡ଼ିଆରେ ପୁରୀ ୮ ୱିକେଟରେ କଳାହାଣ୍ଡିକୁ, ସନ୍‌ସାଇନ୍‌ ପଡ଼ିଆରେ ଭୁବନେଶ୍ବର ବି’ ୧୦ ୱିକେଟରେ ଜଗତସିଂହପୁରକୁ ଓ ନିମପୁର ପଡ଼ିଆରେ ଅନୁଗୁଳ ୫୦ ରନ୍‌ରେ ନୂଆପଡ଼ାକୁ ହରାଇଛନ୍ତି।

Advertisment

ବଲାଙ୍ଗୀରର ସମରପ୍ରୀତ୍‌ ପଟେଲ ୧୪୩ ବଲ୍‌ରୁ ୧୫ ଚୌକା ସହାୟତାରେ ୧୧୬ ରନ୍‌ର ଶତକୀୟ ପାଳି ଖେଳିଥିଲା ବେଳେ ସୋହମ ସ୍ବରୂପ ୬୭ ରନ୍‌ କରିଥିଲେ। ବୋଲରଙ୍କ ମଧ୍ୟରୁ ଗଞ୍ଜାମର ସିବୁନ ନନ୍ଦ ୭ ଓଭରରେ ୨୦ ରନ୍‌ ବ୍ୟୟ କରି ୭ ୱିକେଟ୍‌ ଦଖଲ କରିଥିଲେ। ତାଙ୍କ ବ୍ୟତୀତ କଟକ ବି’ର ଚୌଧୁରୀ ଏସ୍‌. ମହାନ୍ତି ୬, ବରଗଡ଼ର ଅମରେନ୍ଦ୍ର ସିଂହ ୫ ୱିକେଟ୍‌ ସଫଳତା ହାତେଇଛନ୍ତି।