କଟକ : ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଅନ୍ତଃଜିଲ୍ଲା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଏଥିରେ ମୋଟ ୩୧ଟି ଦଳ ଭାଗ ନେବେ। ଗ୍ରୁପ୍ ଏ’ରେ ଭୁବନେଶ୍ବର, ବାଲେଶ୍ବର, ସମ୍ବଲପୁର, ଢେଙ୍କାନାଳ, କଳାହାଣ୍ଡି, ଗ୍ରୁପ୍ ବି’ରେ କଟକ, ଖୋର୍ଦ୍ଧା, ବରଗଡ଼, ବୌଦ୍ଧ, ନୟାଗଡ଼, ଗ୍ରୁପ୍ ସି’ରେ ବଲାଙ୍ଗୀର, ସୁନ୍ଦରଗଡ଼, ପାରାଦୀପ, ମୟୂରଭଞ୍ଜ, ଗଜପତି, ସୋନପୁର, ଗ୍ରୁପ୍ ଡି’ରେ ଯାଜପୁର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ଦେବଗଡ଼, ଗ୍ରୁପ୍ ଇ’ରେ କିଟ୍, ଝାରସୁଗୁଡ଼ା, ଗଂଜାମ, ରାୟଗଡ଼ା, କେନ୍ଦ୍ରାପଡ଼ା ଏବଂ ଗ୍ରୁପ୍ ଏଫ୍’ରେ ରାଉରକେଲା, ଭଦ୍ରକ, ଜଗତସିଂହପୁର, ପୁରୀ, ନବରଙ୍ଗପୁର ଜିଲ୍ଲା ରହିଛନ୍ତି। ମ୍ୟାଚ୍ଗୁଡ଼ିକ ବିଡ଼ାନାସୀ, ସନସାଇନ୍, ରେଭେନ୍ସା ୧ ଓ ୨ ନମ୍ବର ପଡ଼ିଆରେ ଖେଳାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ତଃଜିଲ୍ଲା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ ୧୯ରୁ: ଭାଗ ନେବେ ୩୧ ଦଳ
/sambad/media/post_attachments/wp-content/uploads/2022/12/cricket-ff.jpg)