କଟକ: କଟକର ବିଭିନ୍ନ ପଡ଼ିଆରେ ଚାଲିଥିବା ଅନ୍ତଃଜିଲ୍ଲା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଶୁକ୍ରବାର ଅନୁ‌ଷ୍ଠିତ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ରାଉରକେଲା, ନବରଙ୍ଗପୁର, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, କିଟ୍‌ ବିଜୟୀ ହୋଇଛନ୍ତି। ରେଭେନ୍‌ସା ପଡ଼ିଆ-୨ରେ ରାଉରକେଲା ୪୫ ରନ୍‌ରେ ଜଗତସିଂହପୁରକୁ ହରାଇଛି। ରାଉରକେଲା ୫ ୱିକେଟ୍‌ ହରାଇ ୭୬ ରନ୍ କରିଥିଲା ବେଳେ ଜଗତସିଂହପୁର ସମସ୍ତ ୱିକେଟ୍‌ ବିନିମୟରେ ୨୭ ରନ୍ କରିବାକୁ ସମର୍ଥ ହୋଇଥିଲା। ବିଜୟୀ ଦଳର ପ୍ରିତି ପ୍ରିୟଦର୍ଶିନୀ ୩ ୱିକେଟ୍‌ ନେଇଥିଲେ। ସନ୍‌ସାଇନ୍‌ ପଡ଼ିଆରେ ପୁରୀ ୮ ୱିକେଟରେ ନବରଙ୍ଗପୁରକୁ ହରାଇଛି। ପୁରୀ ୮ ୱିକେଟ୍‌ ବିନିମୟରେ ୬୫ ରନ୍ କରିଥିଲା ବେଳେ ନବରଙ୍ଗପୁର ୧୦.୧ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ ଜିତିଥିଲା। ରେଭେନ୍‌ସା ପଡ଼ିଆ-୧ରେ ଝାରସୁଗୁଡ଼ା ୮ୱିକେଟ୍‌ରେ କେନ୍ଦ୍ରାପଡ଼ାକୁ ହରାଇଛି। କେନ୍ଦ୍ରାପଡ଼ାର ୬୧/୯ କୁ ପିଛା କରି ଝାରସୁଗୁଡ଼ା ୧୬ ଓଭରରେ ୨ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା।

Advertisment

ରେଭେନ୍‌ସା ପଡିଆ-୨ରେ ଯାଜପୁର ୬୫ ରନ୍‌ (ଡିଏଲ୍‌ଏସ୍‌)ରେ ମାଲକାନଗିରିକୁ ହରାଇଛି। ଯାଜପୁରର ୧୦୦/୧ ରନ୍ ଜବାବରେ ମାଲାକାନଗିରି ଧାର୍ଯ୍ୟ ଓଭରସୁଦ୍ଧା ୫୬/୨ ରନ୍ କରିପାରିଥିଲା। ଯାଜପୁରର କାଜଲ ଜେନା ୩୯* ରନ୍ କରି ଅପରାଜିତ ଥିଲେ। ସନ୍‌ସାଇନ୍ ପଡ଼ିଆରେ କେନ୍ଦୁଝର ୧୭୦ ରନରେ କୋରାପୁଟକୁ ହରାଇଛି। କୁସୁମ ତିଆରିଙ୍କ ୬୩ ରନ୍‌ ସହାୟତାରେ କେନ୍ଦୁଝର ୬ ୱିକେଟ୍‌ ବିନିମୟରେ ୧୮୦ ରନ୍ କରିଥିଲା ବେଳେ କୋରାପୁଟ ସମସ୍ତ ୱିକେଟ୍‌ ହରାଇ ୧୦ ରନ୍ କରିବାକୁ ସମର୍ଥ ହୋଇଥିଲା। ବିଜୟୀ ଦଳର ରାଣୀ କେ. ପ୍ରସାଦ ୫ ୱିକେଟ୍‌ ଓ ପୂଜା ଗଗରାଇ ୩ ୱିକେଟ୍‌ ନେଇଥିଲେ। ‌ରେଭେନ୍‌ସା ପଡ଼ିଆ-୧ରେ କିଟ୍‌ ୯ ୱିକେଟ୍‌ (ଡିଏଲ୍‌ଏସ୍‌)ରେ ଗଂଜାମକୁ ହରାଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଗଂଜାମ ୧୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫ ରନ୍ କରିଥିଲା ବେଳେ କିଟ୍‌ ୪ ଓଭରରେ ୧ ୱିକେଟ୍‌ ହରାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିଲା।