କଟକ: ଚଳିତ ଅନ୍ତଃଜିଲ୍ଲା ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ରବିବାର ମ୍ୟାଚ୍‌ରେ ବଲାଙ୍ଗୀର, ବାଲେଶ୍ବର, ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବର, କଟକ, ଖୋର୍ଦ୍ଧା ଓ ବରଗଡ଼ ବିଜୟୀ ହୋଇଛନ୍ତି। ଡ୍ରିମସ ପଡ଼ିଆରେ ଚାଲିଥିବା ମ୍ୟାଚ୍‌ରେ ଭୁବନେଶ୍ୱର ୧୦ ୱିକେଟରେ ନୟାଗଡକୁ ପରାସ୍ତ କରିଛି। ପ୍ରିୟଙ୍କା ପାତ୍ରଙ୍କ (୨.୫-୧-୨-୫)ଙ୍କ ବୋଲିଂ ସଫଳତାକୁ ସାମ୍ନା କରିପାରି ନୟାଗଡ଼ ୧୩.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୨୮ରନ କରିଥିଲା।

Advertisment

ଅନ୍ତଃଜିଲ୍ଲା ମହିଳା ଟ୍ବେଣ୍ଟି-୨୦ ବଲାଙ୍ଗୀର, ବାଲେଶ୍ବର, ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବର, କଟକ, ଖୋର୍ଦ୍ଧା, ବରଗଡ଼ ବିଜୟୀ

ଭୁବନେଶ୍ବର ୫.୩ ଓଭରରେ କୌଣସି ୱିକେଟ୍‌ ନ ହରାଇ ମ୍ୟାଚ୍‌ ଜିତି ନେଇଥିଲା।  ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ବଲାଙ୍ଗୀର ୮ ୱିକେଟରେ ପୁରୀକୁ, ବାଲେଶ୍ବର ୯ ୱିକେଟରେ ମୟୂରଭଞ୍ଜକୁ, ଝାରସୁଗୁଡା ୮ ୱିକେଟରେ ଅନୁଗୋଳକୁ, ସମ୍ବଲପୁର ୯୫ ରନ୍‌ରେ ନବରଙ୍ଗପୁରକୁ, କଟକ ୬ ୱିକେଟ୍‌ରେ ସୋନପୁରକୁ, ଖୋର୍ଦ୍ଧା ୪୩ ରନ୍‌ରେ କୋରାପୁଟକୁ ଏବଂ ବରଗଡ଼ ୮୭ ରନ୍‌ରେ ପାରାଦୀପକୁ ପରାସ୍ତ କରିଛି।