ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଅନ୍ତଃ ଆଞ୍ଚଳିକ ସାଇ ହକି ପ୍ରତିଯୋଗିତାରର ବାଳକା ବର୍ଗ ରବିବାର ଶେଷ ହୋଇଛି। ଓଡ଼ିଶା ଖେଳାଳିଙ୍କୁ ନେଇ ଗଠିତ ପୂର୍ବାଞ୍ଚଳ ଦଳ କନିଷ୍ଠ ଓ ବରିଷ୍ଠ ବର୍ଗରେ ଟ୍ରଫି ଜିତି ଦ୍ୱିମୁକୁଟ ଅର୍ଜନ କରିଛି। ଫାଇନାଲ୍ରେ କନିଷ୍ଠ ଦଳ ୬-୦ରେ ଉତ୍ତରାଞ୍ଚଳ କେନ୍ଦ୍ରକୁ ଏବଂ ବରିଷ୍ଠ ଦଳ ୬-୧ରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରିଥିଲେ। ସେହିଭଳି ଉପ କନିଷ୍ଠ ବର୍ଗରେ ଉତ୍ତରପୂର୍ବ କେନ୍ଦ୍ର ପେନାଲ୍ଟି ସୁଟ୍ଆଉଟ୍ରେ ୪-୨ରେ (୦-୦)ରେ ପୂର୍ବାଞ୍ଚଳକୁ ପରାସ୍ତ କରିଥିଲା। ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଉମା ପ୍ରସାଦ ରାଓ ଅନ୍ୟତମ ଅତିଥି ଥିଲେ। ବିଶ୍ୱରଂଜନ ଷଡ଼ଙ୍ଗୀ, ନିଶାନ ଜ୍ୟୋତି ମହାନ୍ତି, ରଂଜନ ଦାସ, ସତୀଶ ଏକ୍କା, ବିରାଜ ଟପ୍ନୋ, ସୁରଜ କେରକେଟା ମ୍ୟାଚ୍ ପରିଚାଳନା କରିଥିଲେ।
ଅନ୍ତଃସାଇ ହକି: ପୂର୍ବାଞ୍ଚଳକୁ ଦ୍ୱିମୁକୁଟ
/sambad/media/post_attachments/wp-content/uploads/2017/12/hockey-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)