ଭୁବନେଶ୍ୱର: କୋଲ୍କାତାର ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କେନ୍ଦ୍ରରେ ଆୟୋଜିତ ହୋଇଯାଇଥିବା ଦଶମ ଅନ୍ତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଜାତୀୟସ୍ତରର ସାମରିକ କଳା ପ୍ରତିଯୋଗିତାରେ ଓଡ଼ିଶା ତାଇକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିଯୋଗୀମାନେ ୧୩ ସ୍ୱର୍ଣ୍ଣ ସହ ୨୮ ପଦକ ହାସଲ କରିଛନ୍ତି। ୨୦ ପ୍ରତିଯୋଗୀ ଏହି ପଦକ ହାସଲ କରିବାର ଗୌରବ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଡିଏଭି ପବ୍ଲିକ୍ ସ୍କୁଲ୍ (ସିଡିଏ, କଟକ)ର ହିତାଂଶୁ ଦାଶ ୨ ରୌପ୍ୟ, ଆଶୁତୋଷ ଅଗ୍ରଓ୍ଵାଲ୍ ୧ କାଂସ୍ୟ, ସାହିଲ ଦଳାଇ ୧ କାଂସ୍ୟ, ଅୟେଶକାନ୍ତ ନାୟକ ୧ କାଂସ୍ୟ, ଆଶୁତୋଷ ପଣ୍ଡା ୧ ସ୍ୱର୍ଣ୍ଣ, ଶାଳିନୀ ବେହେରା ୧ କାଂସ୍ୟ, ନ୍ୟୁ ଷ୍ଟିଓ୍ଵାର୍ଟ ସ୍କୁଲ୍ (କଟକ)ର ସ୍ଥିତପ୍ରଜ୍ଞ ପରିଜା ୨ କାଂସ୍ୟ, ସରସ୍ୱତୀ ଶିଶୁ ମନ୍ଦିର (ଭଦ୍ରକ)ର ସବ୍ୟସାଚୀ ବେହେରା ୧ ସ୍ୱର୍ଣ୍ଣ, ଏସ୍ବିଡି ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ (ଯାଜପୁର)ର ରଜତ କୁମାର କୁଅଁର ୧ ସ୍ୱର୍ଣ୍ଣ, ସାଇଦୀପ ଅମୋଲ କୋଟେ ୧ କାଂସ୍ୟ, ସ୍ୱପ୍ନେଶ ବେହେରା ୧ କାଂସ୍ୟ, ଶ୍ରୀଭାଲ୍ଲୀ ରାଜ୍ ୧ ସ୍ୱର୍ଣ୍ଣ, ବିଏମ୍ ପବ୍ଲିକ୍ ସ୍କୁଲ୍ (ଭଦ୍ରକ)ର ନଓ୍ଵାଜ ଖାନ୍ ୧ କାଂସ୍ୟ, ମୈରସ୍ ଖାନୁମ୍ ୨ ସ୍ୱର୍ଣ୍ଣ, କେନ୍ଦ୍ରୀୟ ବିଦ୍ୟାଳୟ (ଭଦ୍ରକ)ର ସତୀଶ ଉପାଧ୍ୟାୟ ୧ କାଂସ୍ୟ, ଆର୍ସିବିଏଲ୍ ସ୍କୁଲ୍ (ଭଦ୍ରକ)ର ଅବିନାଶ ବାଗଲ୍ ୨ ସ୍ୱର୍ଣ୍ଣ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର (ଭଦ୍ରକ)ର ସୁବ୍ରତ ସାହାଣୀ ୧ ରୌପ୍ୟ, କେଏସ୍ପିକେ (ବାଲେଶ୍ୱର)ର ସୌମ୍ୟରଞ୍ଜନ ସେଠୀ ୧ ସ୍ୱର୍ଣ୍ଣ, ବିଆଇଇଟି (ଭଦ୍ରକ)ର ସଞ୍ଜୟ ସେଠୀ ୨ ସ୍ୱର୍ଣ୍ଣ, ବିଏସ୍ଇଟି (ଭଦ୍ରକ)ର ଅଭିଷେକ ବାଗଲ୍ ୧ ସ୍ୱର୍ଣ୍ଣ ଓ ୧ ରୌପ୍ୟ, ସେଣ୍ଟ୍ ଜାଭିୟୀ୍ କଲେଜ (ଯାଜପୁର ରୋଡ଼୍)ର ରାହୁଲ୍ ସିଂହ ସୋକ୍ଲେ ୧ ସ୍ୱର୍ଣ୍ଣ ଓ ୧ କାଂସ୍ୟ ପଦକ ଜିତିଛନ୍ତି।
ଅନ୍ତଃବିଦ୍ୟାଳୟ ଓ ମହାବିଦ୍ୟାଳୟ ସାମରିକ କଳା ପ୍ରତିଯୋଗିତା:ଓଡ଼ିଶାକୁ ୧୩ ସ୍ୱର୍ଣ୍ଣ ସହ ୨୮ ପଦକ
/sambad/media/post_attachments/wp-content/uploads/2017/11/7-Martial-art1.jpg)