ଭୁବନେଶ୍ବର ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅନ୍ତଃମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ୍ (ଜୋନ-୪) ପ୍ରତିଯୋଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟ ବିଜେତା ଆଖ୍ୟା ଅର୍ଜନ କରିଛି। ଶନିବାରର ଫାଇନାଲରେ କଟକର ଏସ୍ସିବି ଭେଷଜ ମହାବିଦ୍ୟାଳୟକୁ ପରାସ୍ତ କରି ସ୍ନାତକୋତ୍ତର ବିଭାଗ ସମୁହ, ଉତ୍କଳବିଶ୍ୱବିଦ୍ୟାଳୟ ଏହି ସଫଳତା ଲାଭ କରିଛି। ଅଡ଼ସପୁରର ୟୁଏନ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଏସ୍ସିବି ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୩୦ ଓଭରରେ ୯ ୱିକେଟ୍ ହରାଇ ୧୮୩ ରନ୍ର ସମ୍ମାନଜନକ ସ୍କୋର କରି ନେଇଥିଲା। ଏହାର ଜବାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ରୋମାଞ୍ଚକର ଭାବେ ଗୋଟିଏ ୱିକେଟ୍ ହାତରେ ଥାଇ ମ୍ୟାଚ୍କୁ ଶେଷ ଓଭର ଶେଷ ବଲ୍ରେ ହିଁ ଜିତି ନେଇଥିଲା। ଦଳ ପକ୍ଷରୁ ରଜତ କୁମାର ଦାସ ୧୧ ଚୌକା ଓ ଗୋଟିଏ ଛକା ବିନିମୟରେ ୭୬ ରନ୍ କରିଥିଲେ। ସେହିଭଳି ଇତିହାସ ବିଭାଗର ଶୁଭକାନ୍ତ ପାତ୍ର ଅନ୍ତିମ ବଲ୍ରେ ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ। ରଜତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହେଇଛନ୍ତି। ଏହି ବିଜୟରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ଅମିତ୍ କୁମାର ସାହୁ ଓ ଅଧିନାୟକ ଅଭିଷେକ ମହାପାତ୍ର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ପରେ ବିଜେତା ହୋଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଥିବାରୁ ଦଳକୁ କ୍ରୀଡା ପରିଷଦର ନିର୍ଦେଶକ ପ୍ରଫେସର ମହେଶ୍ୱର ସାହୁ ଓ ସ୍ନାତକୋତ୍ତର ଦୌଡ଼କୁଦ କ୍ଲବର ଉପ ସଭାପତି ଡ଼. କୀର୍ତ୍ତି ରଂଜନ ମଲ୍ଲିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ୍, ଉତ୍କଳ ବିଶ୍ବଦିବ୍ୟାଳୟ ବିଜେତା
/sambad/media/post_attachments/wp-content/uploads/2019/12/dt5h4d5jh45dg64jh5dg6j7485dg4j65gd4jgdjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)