ଭୁବନେଶ୍ୱର: ସୈନିକ ସ୍କୁଲ୍ ପ୍ରଥମ ଦଳ ଭାବେ ୟୁନିଲାଇଟ୍ କପ୍ ଅନ୍ତଃବିଦ୍ୟାଳୟ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛି। ୟୁନିଟ୍-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଗୁରୁବାର ପ୍ରଥମ ସେମିଫାଇନାଲ୍୍ରେ ସୈନିକ ସ୍କୁଲ୍ ୩-୧ ଗୋଲ୍ରେ ମଦର୍ସ ପବ୍ଲିକ୍ ସ୍କୁଲ୍କୁ ପରାସ୍ତ କରିଥିଲା। ଚତୁର୍ଥ ମିନିଟ୍ରେ ସୋହନ ଦଣ୍ଡପାଟଙ୍କ ଗୋଲ୍ରେ ମଦର୍ସ ପବ୍ଲିକ୍ ସ୍କୁଲ୍ ଆଗୁଆ ହୋଇଥିଲା। ୧୭ତମ ମିନିଟ୍ରେ ସତ୍ୟେନ୍ଦ୍ର ରାୟ ଏହି ଗୋଲ୍ ଶୁଝି ସୈନିକ ସ୍କୁଲ୍ ପାଇଁ ସ୍ଥିତି ବରାବାର କରିଥିଲେ। ପ୍ରଥମାର୍ଧ ଶେଷ ହେବାର କିଛି ସମୟ ପୂର୍ବରୁ ଅମିତ ସିଂହ ଗୋଲ୍ ଦେଇ ସୈନିକ ସ୍କୁଲ୍କୁ ୨-୧ରେ ଆଗୁଆ କରିଥିଲେ। ଦ୍ୱିତୀୟାର୍ଧରେ ଶିଭମ ରାଜ (୩୬ ମନିଟ୍)ଙ୍କ ଗୋଲ୍ରେ ସୈନିକ ସ୍କୁଲ୍ ୩-୧ରେ ଆଗୁଆ ହେବା ସହ ମ୍ୟାଚ୍ ଜିତି ନେଇଥିଲା। ଅତିଥି ଭାବେ ଓଡ଼ିଶା ଫୁଟ୍ବଲ୍ ସଂଘର ଉପସଭାପତି ଭକ୍ତ ବଲ୍ଲଭ ଦାସ ଯୋଗଦେଇ ସତ୍ୟେନ୍ଦ୍ର ଦାସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଚନ୍ଦ୍ରକାନ୍ତ ବାରିକ, ରାଜେନ୍ଦ୍ର ବାରିକ, ଶ୍ରୀକାନ୍ତ ପଣ୍ଡା, ପାକା ପଣ୍ଡା, ସରୋଜ ମହାରଣା, ମହେଶ୍ୱର ସିଂହ (କମିସନର) ମ୍ୟାଚ୍ ପରିଚାଳନା କରିଥିଲେ। ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲ୍ରେ ୟୁନିଟ୍-୧ ଉଚ୍ଚ ବିଦ୍ୟାଳୟ ଓ କିସ୍୍ ମୁହାଁମୁହିଁ ହେବେ।
ୟୁନିଲାଇଟ୍ କପ୍ ଅନ୍ତଃବିଦ୍ୟାଳୟ ଫୁଟ୍ବଲ୍
ଫାଇନାଲ୍ରେ ସୈନିକ ସ୍କୁଲ୍
/sambad/media/post_attachments/wp-content/uploads/2018/09/7-Unilight-Inter-School-Football-Tournament.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)