ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌: ଡିଏଭି ଓ ସାଇ ବିଜୟୀ

ଭୁବନେଶ୍ବର: ୟୁନିଟ୍‌-୬ ହାଇସ୍କୁଲ୍‌ ଖେଳ ପଡ଼ିଆରେ ଚାଲିଥିବା ଭୁବନେଶ୍ବର ଅନ୍ତଃବିଦ୍ୟାଳୟ ଫୁଟବଲ୍ ପ୍ରତିଯୋଗିତାର ଚତୁର୍ଥ ଦିବସରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ଡିଏଭି ପୋଖରିପୁଟ ୨-୧ ଗୋଲ୍‌ରେ ଫ୍ୟୁଚର ସ୍କୁଲକୁ ପରାସ୍ତ କରିଥିଲା। ମ୍ୟାଚ୍‌ର ପ୍ରଥମ ଗୋଲ୍ ଫ୍ୟୁଚର ସ୍କୁଲ୍ ପକ୍ଷରୁ ଘୁଟା (୮ ମିନିଟ୍) ଦେଇଥିଲେ। ଡିଏଭି ପକ୍ଷରୁ ସୌମିତ୍ ପଟ୍ଟନାୟକ (୧୮ ମିନିଟ୍) ଓ ଆଶ୍ରୟ ଦାସ (୬୧ ମିନିଟ୍) ଗୋଲ୍ ଦେଇଥିଲେ। ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ଜାଭିୟର ହାଇସ୍କୁଲ ଖଣ୍ଡଗିରି ମଧ୍ୟରେ ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ସାଇ ଇଣ୍ଡରନ୍ୟାସନାଲ ବିଜୟୀ ହୋଇଥିଲା। ଏହି ଦଳ ପକ୍ଷରୁ ସାଗର ପ୍ରଧାନ ଦୁଇଟି ଏବଂ ଅର୍ଚିତ ବାନ୍ଦୋ, ରୋନିତ ବେହୁରା, ସିଦ୍ଧାର୍ଥ ମାନୋଟ ଓ ପ୍ରିୟାଂଶ ତ୍ରିପାଠୀ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ବରିଷ୍ଠ କ୍ରୀଡ଼ା ସଂଗଠକ ତଥା ଆୟୋଜକ ସଂଘର ଉପସଭାପତି ନବରଞ୍ଜନ ପଟ୍ଟନାୟକ ପ୍ରଥମ ମ୍ୟାଚ୍‌ ଶ୍ରେଷ୍ଠ ଖେଳାଳି ସୌମିତ୍ର ପଟ୍ଟନାୟକଙ୍କୁ ଏବଂ ଟାଇମ୍ସ ଗୁରୁକୂଳର ଅଧ୍ୟକ୍ଷା ଭାରତୀ ନାୟକ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ସାଗର ପ୍ରଧାନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଆଜିର ମ୍ୟାଚ୍ ଟଇ ମୋହନ ରାଓ, ଅମିତ ନାୟକ, କୀର୍ତ୍ତି ରଞ୍ଜନ ସ୍ବାଇଁ, ଦେବଜ୍ୟୋତି ସିଂହ, ଚନ୍ଦ୍ରକାନ୍ତ ବାରିକ, ଦୁର୍ଗା ଆଚାର୍ଯ୍ୟ ଓ ଶ୍ରୀକାନ୍ତ ପଣ୍ଡା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର