କଟକ: ପୁନମ ଯୁବ ମଙ୍ଗଳ ସଂଗଠନ ପକ୍ଷରୁ ଓଡ଼ିଶା ପୁଲିସ୍ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅଷ୍ଟମ ରଜତ ସ୍ମାରକୀ ଅନ୍ତଃ ବିଦ୍ୟାଳୟ ହକି ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ପ୍ରଥମ ମ୍ୟାଚ୍ରେ ଓଡ଼ିଶା ପୁଲିସ୍ ଉଚ୍ଚ ବିଦ୍ୟାଳୟ ୩-୧ ଗୋଲ୍ରେ କିଶନନଗରର ଗିରିଧାରୀଜୀଉ ବିଦ୍ୟାପୀଠକୁ ପରାସ୍ତ କରିଛି। ପ୍ରଥମାର୍ଧ ଗୋଲ୍ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ସମସ୍ତ ଗୋଲ୍ ହୋଇଥିଲା। ଅଲମ୍ପିଆନ୍ ତଥା ସାଂସଦ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ନିର୍ଦେଶକ କବିର ମୋହନ ସେଠୀ, କଳିଙ୍ଗ ଗ୍ରୁପ୍ ଅଫ୍ କମ୍ପାନିଜ୍ର ପରିଚାଳନା ନିର୍ଦେଶକ ବଂଶୀଧର ବେହେରା, ଓଡ଼ିଶା ପୁଲିସ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ସାହୁ ଓ କର୍ପୋରେଟର ରଂଜିତା ବିଶ୍ୱାଳ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାରେ ୮ ଦଳ ଭାଗ ନେଇଥିଲା ବେଳେ ପ୍ରତ୍ୟେକ ଦଳରେ ୬ ଖେଳାଳି ଖେଳିବା ନିୟମ ରଖାଯାଇଛି। ୨୮ ତାରିଖରେ ପ୍ରତିଯୋଗିତା ଉଦ୍ଯାପିତ ହେବ। ପ୍ରଥମ ଦିନର ଖେଳକୁ ପୁନମ ସଂଗଠନ ସଭାପତି ସନ୍ତୋଷ ସାହୁ, ପ୍ରତିଷ୍ଠାତା ତଥା ପ୍ରଶିକ୍ଷକ ଜ୍ଞାନେଶ କାନୁନ୍ଗୋ, ଜାତୀୟ ଖେଳାଳି ରଂଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ।
ରଜତ ସ୍ମାରକୀ ଅନ୍ତଃ ବିଦ୍ୟାଳୟ ହକି ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/8-Odisha-Police-High-School-Ground-8th-Rajat-Memorial-Inter-School-Hockey-Tournament-Udghtana-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)