ଅନ୍ତଃମହାବିଦ୍ୟାଳୟ ସିପକ୍‌ ଟାକ୍ର,ସିଏମ୍‌ଟି ବିଜେତା

ଭୁବନେଶ୍ଵର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଆନୁକୁଲ୍ୟରେ ବାଣୀବିହାରଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତଃମହାବିଦ୍ୟାଳୟ ପୁରୁଷ ସିପକ୍‌ ଟାକ୍ର ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ‌ହୋଇ ଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ପୁରୀର ସିଏମ୍‌ଟି ମହାବିଦ୍ୟାଳୟ ୨-୧ ସେଟ୍‌ରେ କଟକର ରଘୁନାଥ ଜୀଉ ମହାବିଦ୍ୟାଳୟକୁ ପରାସ୍ତ କରି ବିଜେତା ହୋଇଥିଲା। ପୂର୍ବରୁ ଖେଳା ଯାଇଥିବା ସେମିଫାଇନାଲ୍‌ରେ ସିଏମ୍‌ଟି ମହାବିଦ୍ୟାଳୟ ୨-୦ ସେଟ୍‌ରେ ଷ୍ଟୁଆର୍ଟ ମହାବିଦ୍ୟାଳୟକୁ ଏବଂ ରଘୁନାଥ ଜୀଉ ମହାବିଦ୍ୟାଳୟ ୨-୦ ସେଟ୍‌ରେ ଛତିଆର ଏମ୍‌ଏଚ୍‌ଡି ମହାବିଦ୍ୟାଳୟକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର