ସର୍ବଭାରତୀୟ ଅନ୍ତଃଜୋନ୍‌ ଅନ୍ତଃବିଶ୍ୱବିଦ୍ୟାଳୟ ଟିଟି ଆରମ୍ଭ

ଭୁବନେଶ୍ୱର: ସର୍ବଭାରତୀୟ ଅନ୍ତଃଜୋନ୍‌ ଅନ୍ତଃବିଶ୍ୱବିଦ୍ୟାଳୟ ଟେବୁଲ୍‌ ଟେନିସ୍‌ (ଟିଟି) ପ୍ରତିଯୋଗିତା କିଟ୍‌ ପରିସରରେ ଶୁକ୍ରବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ପଞ୍ଜାବ ୩-୦ରେ କର୍ଣ୍ଣାଟକକୁ, ସାବିତ୍ରୀ ବାଇ ଫୁଲେ ପୁନେ ୩-୨ରେ ବର୍ଦ୍ଧମାନକୁ, ଏସ୍‌ଆର୍‌ଏମ୍‌ ୩-୦ରେ ଏଲ୍‌ଏନ୍‌ଆଇପିଇ ଗ୍ଵାଲିୟରକୁ ଏବଂ କୋଲ୍‌କାତା ୩-୦ରେ ଜିଏନ୍‌ଡିୟୁ ଅମୃତସରକୁ ପରାସ୍ତ କରିଥିଲା। କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଅଲିମ୍ପିଆନ୍‌ ଦୂତି ଚାନ୍ଦ, କିଟ୍‌ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଏବଂ ଅନ୍ତର୍ଜାତୀୟ ଟିଟି ଅମ୍ପାୟାର ତଥା ପ୍ରତିଯୋଗିତାର ମୁଖ୍ୟ ରେଫରି ନରେନ୍ଦ୍ର ରସ୍ତୋଗି ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବ ଅବସରରେ ୬ ଜଣ ଜାତୀୟ ଓ ଅନ୍ତର୍ଜାତୀୟ ସଫଳ ତାରକାଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମ୍ବର୍ଧିତ ତାରକାମାନେ ହେଲେ ରୋନିତ ବାନାର୍ଜୀ, ଅର୍ଜୁନ ଘୋଷ, ଅନନ୍ତ ଦେବରାଜ୍‌, ବିର୍ଦିଲ ବରୋ, ସିଦ୍ଦେଶ ପାଣ୍ଡେ ଓ ସନିସ ଆମ୍ବେକର୍‌। ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ୪ ଜୋନ୍‌ରୁ ଶ୍ରେଷ୍ଠ ୧୬ ଦଳ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ କିଟ୍‌ ପରିସରରେ ୧୦୫ ଜଣ ଖେଳାଳି, ଅଧିକାରୀ ଏବଂ ପ୍ର୍ରଶିକ୍ଷକଙ୍କ ସମାହର ହୋଇଛିି। ପୂର୍ବାଞ୍ଚଳରୁ ଓଡ଼ିଶାର ଏକମାତ୍ର ଦଳ ଭାବେ କିଟ୍‌ ପ୍ରତିନିଧିତ୍ୱ କରିଛି।

ସମ୍ବନ୍ଧିତ ଖବର