ଅନ୍ତଃମହାବିଦ୍ୟାଳୟ ମହିଳା କବାଡ଼ି: ବାରଙ୍ଗ ବିଜେତା

0

ଭୁବନେଶ୍ବର: ବାରଙ୍ଗସ୍ଥିତ କେବି ମହାବିଦ୍ୟାଳୟ ଆନୁକୂଲ୍ୟରେ ବାଣୀବିହାରଠାରେ ଆୟୋଜିତ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତଃମହାବିଦ୍ୟାଳୟ ମହିଳା କବାଡ଼ି ପ୍ରତିଯୋଗିତା‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ଆୟୋଜକ କେବି ମହାବିଦ୍ୟାଳୟ ୩୧-୧୯ ପଏଣ୍ଟ୍‌ରେ ଭୁବନେଶ୍ବର ଜିସିପି ମହାବିଦ୍ୟାଳୟକୁ ପରାସ୍ତ କରି ବିଜେତା ହୋଇଥିଲା। ସେମିଫାଇନାଲରେ ବ‌ାରଙ୍ଗ ୨୫-୦୬ ପଏଣ୍ଟ୍‌ରେ ବାଙ୍କୀ ମହାବିଦ୍ୟାଳୟକୁ ଏବଂ ଭୁବନେଶ୍ବର ୨୨-୧୯ ପଏଣ୍ଟ୍‌ରେ ପିପିଲି ମହାବିଦ୍ୟାଳୟକୁ ହରାଇଥିଲା। ବିଶ୍ବବିଦ୍ୟାଳୟ ସିଡିସି ପ୍ରଫେସର ସନ୍ତୋଷ ତ୍ରିପାଠୀ ଓ କୁଳସଚିବ ଦୟାନିଧି ନାୟକ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥି‌େଲ। ଉଦ୍‌ଯାପନୀ ଉତ୍ସବରେ ଉତ୍କଳ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡ଼ା ପରିଷଦ ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ, କେବି ମହାବିଦ୍ୟାଳୟ ଅଧ୍ୟକ୍ଷା ସଙ୍ଘମିତ୍ରା ବେହେରା, ଅଧ୍ୟାପକ ମନୀନ୍ଦ୍ର କୁଆଁର, ଶାରୀରିକ ଶିକ୍ଷା ଅଧିକାରୀ ଅମ୍ବିକା ପ୍ରସାଦ ରାୟ, ପ୍ରମୋଦ କୁମାର ନାୟକ, ସଂଯୋଜକ ପ୍ରବୀର କୁମାର ମହାନ୍ତି, ବେଣୁଧର ଦାସ ଏବଂ ଚତୁର୍ଭୁଜ ଜେନା ଉପସ୍ଥିତ ଥିଲେ। ଭଗବାନ ଦାସ, ଜୟନ୍ତ ରାୟ, ରଶ୍ମିରଞ୍ଜନ ଦାସ, ସୁଚିତ୍ର ବେହେରା, ନୀଳକଣ୍ଠ ମିଶ୍ର, ଶିବପ୍ରସାଦ ସେନାପତି ମ୍ୟାଚ୍‌ଗୁଡ଼ିକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର