ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ମହିଳା ଖୋ ଖୋ

ଉତ୍କଳ ଓ କିଟ୍‌କୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ବର: ବାଣୀବିହାରରେ ଶେଷ ‌ହୋଇଥିବା ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ମହିଳା ଖୋ ଖୋ ପ୍ରତିଯୋଗିତାରେ ଉତ୍କଳ ଏବଂ କିଟ୍ ଯଥାକ୍ରମେ ବିଜେତା ଓ ଉପ ବିଜେତା ହୋଇଛନ୍ତି। ଦୁଇ ପଶ୍ଚିମବଙ୍ଗ ଦଳ କଲ୍ୟାଣୀ ଏବଂ ବର୍ଧମାନ ବିଶ୍ବବିଦ୍ୟାଳୟ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଦଖଲ କରିଥିଲେ। ଏଥି ସହିତ ଉପରୋକ୍ତ ୪ ବିଶ୍ବବିଦ୍ୟାଳୟ ମଧ୍ୟ ସର୍ବଭାରତୀୟ ଅନ୍ତଃ ବିଶ୍ବବିଦ୍ୟାଳୟ ମହିଳା ଖୋ‌ ଖୋ ଲାଗି ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ଡିସେମ୍ବର ୭ ତାରିଖରୁ ଏହା ଉତ୍ତରପ୍ରଦେଶର ରାମମନୋହର ଲୋହିଆ ବିଶ୍ବବିଦ୍ୟାଳୟ ପରିରସରେ ଅନୁଷ୍ଠିତ ହେବ। ଉଦ୍‌ଯାପନୀ ଉତ୍ସବରେ ଆୟୋଜକ ଉତ୍କଳ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦର ନିର୍ଦେଶକ ପ୍ରଫେସର କବିର ମୋହନ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟର ପୂର୍ବତନ କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନମୋହନ ରାଉତ, ପ‌ରିଷଦର ଶାରୀରିକ ଶିକ୍ଷା ଅଧିକାରୀ ଅମ୍ବିତା ପ୍ରସାଦ ରାୟ, ବିଭାଗୀୟ ଅଧିକାରୀ ପ୍ରମୋଦ କୁମାର ନାୟକ, ଅଧ୍ୟାପକ ନୀଳକଣ୍ଠ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର