ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ୧୫ ବର୍ଷରୁ କମ୍‌ ବର୍ଗ ଫାଇନାଲ୍‌ରେ ବଲାଙ୍ଗୀର୨-୨ ଗୋଲ୍‌ରେ ବାଲେଶ୍ୱରକୁ ଏବଂ ୧୮ ବର୍ଷରୁ କମ୍‌ ବର୍ଗ ଫାଇନାଲ୍‌ରେ ଭବାନୀପାଟଣା ସମାନ ୨-୧ ଗୋଲ୍‌ରେ ବାରିପଦାକୁ ପରାସ୍ତ କରି ବିଜେତା ଟ୍ରଫି ଜିତିଛନ୍ତି। ବଲାଙ୍ଗୀର ପାଇଁ ଅରବିନ୍ଦ ଲାକ୍ରା, ବିକି ଓରାମ ଏବଂ ବାଲେଶ୍ୱର ପାଇଁ ଦୁଲା ମୁର୍ମୁ ଗୋଲ୍‌ ଦେଇଥିଲେ। ସେହିଭଳି ଭବାନୀପାଟଣା ପାଇଁ ଜୟସିଂହ ଗଗରାନି, ପ୍ରଶାନ୍ତ ଶ୍ରୀହରି ଓ ବାରିପଦା ପାଇଁ ରବିନ ମିଞ୍ଜ୍‌ ଗୋଲ୍‌ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ବିଭାଗ ଓଏସ୍‌ଡି ଆଇଏଏସ୍‌ ଚଞ୍ଚଲ ରାଣା ମୁଖ୍ୟ ଅତିଥି ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସହକାରୀ ନିର୍ଦେଶକ ସନାତନ ସାହୁ, ରାଜେନ୍ଦ୍ର ପ୍ରସାଦ ପାଣି, ଜ୍ଞାନରଂଜନ ପରିଡ଼ା, ସୁମିତ ପାଢ଼ୀ, ଶୁଭେନ୍ଦୁ ପଣ୍ଡା, କାଳୁଚରଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅର୍ନ୍ତଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ା ଛାତ୍ରାବାସ ପ୍ରତିଭା ଜବାମଣି ଟୁଡୁ, ବନ୍ୟା କବିରାଜ, ସସ୍ମିତା ବେହେରା, ଶାନ୍ତି ମୁର୍ମୁ, ସସ୍ମିତା ତନ୍ତୀ, ସରିତା ସୋରେନ୍‌, ବିକି ଓରାମ, ଶ୍ରୀକାନ୍ତ ଭୋଇ, ସମିର୍‌ କେରକେଟା, ରମଣ ମଲ୍ଲା, ଲକ୍ଷ୍ମଣ ବିନ୍ଧାଣୀ, ପୀତବାସ ଖିଲୋଙ୍କୁ ସମ୍ବର୍ଧିତ କରାଯାଇଥିଲା।
ଯୁବ ଆଇଲିଗ୍‌ ପାଇଁ ଓଡ଼ିଶା ଦଳ
ମେଘାଳୟର ସିଲଂରେ ଖେଳାଯିବାକୁ ଥିବା ୧୮ ବର୍ଷରୁ କମ୍‌ ଯୁବ ଆଇ ଲିଗ୍‌ ପାଇଁ ଏକ ୨୦ ଜଣିଆ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ଗୁରୁବାର ଯାତ୍ରା କରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରସ୍ତୁତି ଶିବିର ଶେଷରେ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ବିଭାଗୀୟ ଓଏସ୍‌ଡି ଚଞ୍ଚଲ ରାଣା ଖେଳାଳିଙ୍କୁ ଶୁଭକାମନା ଜଣାଇଥିଲେ। ଶିବିରରେ ଥିବା ୩୦ ଜଣରୁ ଏହି ଖେଳାଳି ଚୟନ କରାଯାଇଥିଲେ। ଆମେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଓଡ଼ିଶାକୁ ଗୌରବାନ୍ଵିତ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ଅଧିନାୟକ ଯୀଶୁ ହେମ୍ବ୍ରମ୍‌। ଆମ ଯୁବ ଦଳ ଅନ୍ୟକୁ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଥିଲେ ପ୍ରଶିକ୍ଷକ ଅବନୀ ମହାନ୍ତି। ଓଡ଼ିଶା ଏପ୍ରିଲ୍‌ ୩୦ରେ ନେରୋକା ଏଫ୍‌ସିକୁ ଭେଟି ଅଭିଯାନ ଆରମ୍ଭ କରିବ।
ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ: ଯଯାତି କେଶରୀ ମହାକୁଡ଼, ଅମିତ କେରକେଟା, ଦିଲୀପ ଲାକ୍ରା, ପୀତବାସ ଖିଟୋ, ମନଜିତ୍‌ କିଷାନ, ଯୀଶୁ ହେମ୍ବ୍ରମ୍‌ (ଅଧିନାୟକ), ମହମ୍ମଦ ଫୈଜଲ୍‌ ଆଲାମ, ସିପୁ ବେହେରା, ଅନମୋଲ ଲାକ୍ରା, ବିନୟ ଟୋପ୍ପୋ, ଅମର ଲାକ୍ରା, ଅରୁଣ ମିଞ୍ଜ୍‌, ସଂଜୟ ଲାକ୍ରା, ଦାଶରଥ ମୁଣ୍ଡା, ମିଥୁନ ମାଝୀ, ଫିଲମାନ ଲାକ୍ରା, କୌଶଲ ମୁର୍ମୁ, ଜଂଜୀବ ଓରାମ, ଲକ୍ଷ୍ମଣ ବିନ୍ଧାଣୀ, ରମଣ ମଲ୍ଲିକ। ପ୍ରଶିକ୍ଷକ: ଅବନି ମହାନ୍ତି।