ଭୁବନେଶ୍ୱର: ବେଦାନ୍ତ ଲିମିଟେଡ୍ (ଲାଞ୍ଜିଗଡ଼) ପକ୍ଷରୁ ଚନ୍ଦନପୁର ଗାଁ ଖେଳ ପଡ଼ିଆରେ ଶିବରାମ ଯୁବାନ ସଂଘ ସହଯୋଗରେ ଆୟୋଜିତ ଅନ୍ତଃରାଜ୍ୟ ଫୁଟ୍ବଲ୍ ପ୍ରତିଯୋଗିତାରେ ସମ୍ବଲପୁର ଏକାଦଶ ବିଜେତା ହୋଇଛି। ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶର ୮ ଦଳକୁ ନେଇ ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମଙ୍ଗଳବାର ଶେଷ ହୋଇଥିଲା। ଫାଇନାଲ୍ରେ ପୂର୍ବତଟ ରେଳବାଇ (ବିଶାଖାପାଟଣା)କୁ ୪-୩ ଗୋଲ୍ରେ ପରାସ୍ତ କରି ସମ୍ବଲପୁର ବିଜେତା ହୋଇଥିଲା। ବିଜେତା ଦଳ ଟ୍ରଫି ସହ ୩୦,୦୦୦ ଏବଂ ଉପବିଜେତା ଦଳ ୨୦,୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲେ। ବିଷ୍ଣୁ ଫାଇନାଲ୍ର ଶ୍ରେଷ୍ଠ, ରେଳବାଇ ଦଳର ଗଣେଶ ଶ୍ରେଷ୍ଠ ଗୋଲ୍ରକ୍ଷକ ଏବଂ ଚନ୍ଦ୍ରପୁର ଦଳର ମନୋଜ ପାତ୍ର ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ନବୀନ ନାୟକ, ସନ୍ତୋଷ ନନ୍ଦ, ମନୋଜ ବିଶ୍ବାଳ, ଶ୍ରୀଶ୍ ନାୟକ ମ୍ୟାଚ୍ଗୁଡ଼ିକ ପରିଚାଳନା କରିଥିଲେ। କଳାହାଣ୍ଡି ଏସ୍ପି ବି ଗଙ୍ଗାଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବେଦାନ୍ତ ଲାଞ୍ଜିଗଡ଼ ସିଓଓ ରାକେଶ ମୋହନ, ମୁନିଗୁଡ଼ା ଥାନା ଅଧିକାରୀ ଜଗ୍ତାପ, ବେଦାନ୍ତ ନିର୍ଦେଶକ (ବାହ୍ୟ ବ୍ୟାପାର) ସଞ୍ଜୀବ କୁମାର, ସୁରକ୍ଷା ମୁଖ୍ୟ ରାଜୀବ ରଞ୍ଜନ, ମୁଖ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ହର୍ମିତ୍ ସେହରା, ଲାଞ୍ଜିଗଡ଼ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଧର ପେସନିଆ, ଚନ୍ଦ୍ରୱଜା ପେସନିଆ ଓ କ୍ଷୀରାଲାଧୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ମହିଳାଙ୍କ ଯୋଗଦାନକୁ ଉତ୍ସାହିତ କରିବା ପ୍ରୟାସରେ ୭ ତାରିଖରେ ଝାରସୁଗୁଡ଼ା ଏବଂ ସମ୍ବଲପୁର ମହିଳା ଫୁଟ୍ବଲ୍ ଦଳ ମଧ୍ୟରେ ଏକ ସ୍ବତନ୍ତ୍ର ମ୍ୟାଚ୍ ଖେଳାଯାଇଥିଲା।
ବେଦାନ୍ତ ଅନ୍ତଃରାଜ୍ୟ ଫୁଟ୍ବଲ୍: ସମ୍ବଲପୁର ଏକାଦଶ ବିଜେତା
/sambad/media/post_attachments/wp-content/uploads/2018/12/Untitled-4-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)