ଭୁବନେଶ୍ୱର: ଉତ୍ତରପ୍ରଦେଶର କାଶୀ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ବାସ୍କେଟ୍ବଲ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଜେତା ହୋଇଛି। ରବିବାର ଲିଗ୍ ଫାଇନାଲରେ ଉତ୍କଳ ବିଶ୍ୱବିଦ୍ୟାଳୟ ୫୫-୪୮ ପଏଣ୍ଟ୍ରେ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ବିଜେତା ହେବା ସହିତ ସର୍ବଭାରତୀୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିନେଇଛି। ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ ଅପରାଜେୟ ରହିଛି। ଏହା ପୂର୍ବରୁ ଅନ୍ୟ ଦୁଇଟି ଲିଗ୍ ମ୍ୟାଚ୍ରେ ଅୟୋଜକ କାଶୀ ବିଶ୍ୱବିଦ୍ୟାଳୟକୁ ୫୨-୪୫ ଏବଂ କଲିକତା ବିଶ୍ୱବିଦ୍ୟାଳୟକୁ ୫୮-୪୨ରେ ପରାସ୍ତ କରିଥିଲା। ଉତ୍କଳ ଦଳର ଏହି ସଫଳତା ପାଇଁ କ୍ରୀଡା ପରିଷଦ ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ଖେଳାଳି, ପ୍ରବନ୍ଧକ, ପ୍ରଶିକ୍ଷକ ତଥା ଚୟନକର୍ତାଙ୍କୁ ଶୁଭେଛା ଜଣାଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଦଳକୁ ପ୍ରତିନିଧିତ୍ୱ କରିଥିବା ଖେଳାଳିମାନେ ହେଲେ ମିନାକ୍ଷୀ କରନ (ଅଧିପନାୟିକା), ଜ୍ୟୋର୍ତିମୟୀ ବେହେରା, ଜୟଶ୍ରୀ ବାସକେ, ସୁଶ୍ରୀ ସଂଗୀତା ରାଉତ, ଅଥରେନ କୁଜୁର, ଶିବାନୀ ନାୟକ, ରାଜଶ୍ରୀ ସ୍ୱାଇଁ, ଉର୍ବଶୀ ମାଲିକ, ଶିଲା ସୋରେନ, ନେହା, ଶୁଭଙ୍କୀ ସାହୁ, ମାମୁନି ଥଟୋଇ। ମିନତୀ ସ୍ୱାଇଁ (ପ୍ରବନ୍ଧକ), ଚିରଞ୍ଜିତ କରନ (ପ୍ରଶିକ୍ଷକ)। ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ତାମିଲନାଡୁର ଆନ୍ନା ବିଶ୍ୱବିଦ୍ୟାଳୟଠାରେ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ।
ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ବାସ୍କେଟ୍ବଲ: ଉତ୍କଳ ବିଜେତା
/sambad/media/post_attachments/wp-content/uploads/2017/10/7-inter-university-women-basketball.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)