ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍‌ କିଟ୍‌, ଓୟୁଏଟି ବିଜୟୀ

କଟକ: ଏଠାରେ ଚାଲିଥିବା ଅନ୍ତଃ ବିଶ୍ବବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାରେ ରବିବାର କିଟ୍‌ ଓ ଓୟୁଏଟି ବିଜୟୀ ହୋଇଛନ୍ତି। ଡ୍ରିମ୍ସ ପଡ଼ିଆରେ କିଟ୍‌ ୩ ଵିକେଟ୍‌ରେ ଆଇଜିଏନ୍‌ ବିଶ୍ବବିଦ୍ୟାଳୟକୁ ହରାଇଛି। ଆଇଜିଏନ୍‌ ୪୦ ଓଭରରେ ୭ ଵିକେଟ ବିନିମୟରେ ୧୭୫ ରନ୍‌ କରିଥିଲା। କିଟ୍‌ର ଅନୁରାଗ ପୃଷ୍ଟି ୩ ଵିକେଟ ପାଇଥିଲେ। ଜବାବରେ କିଟ୍‌ ୩୨.୩ ଓଭରରେ ୭ ଵିକେଟ ବିନିମୟରେ ବିଜୟ ହାସଲ କରିଥିଲା। ରୋନକ ମିଶ୍ର ୬୩ ରନ୍‌ କରିଥିଲେ। ରେଭେନ୍ସା ୧ ନମ୍ବର ପଡ଼ିଆରେ ଓୟୁଏଟି ୩ ଵିକେଟରେ ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟକୁ ହରାଇଛି। ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟ ୩୫.୫ ଓଭରରେ ୧୯୧ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ଓୟୁଏଟିର ଆଶୁତୋଷ ଆଚାର୍ଯ୍ୟ ୪, ଦୋବାଶିଷ ଗିରି, କୃତବିଦ୍ୟ ଦାସ, ପ୍ରଶାନ୍ତ ମହାନ୍ତି ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ। ଓୟୁଏଟି ୩୮.୪ ଓଭରରେ ୭ ଵିକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଗୋପୀନାଥ ସାହୁ ୩୩, ବିରେନ୍ଦ୍ର ତ୍ରିପାଠୀ ୪୫, ଦେବାଶିଷ ଗିରି ୨୮, କୃତବିଦ୍ୟ ଦାସ ୩୪ ରନ୍‌ କରିଥିଲେ। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ରେଭେନ୍ସା ୨ନମ୍ବର ପଡ଼ିଆରେ ପିଟି ରବିଶଙ୍କର ବିଶ୍ବବିଦ୍ୟାଳୟ ୬୫ ରନ୍‌ରେ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟକୁ ଏବ˚ ନିମପୁର ପଡ଼ିଆରେ ହେମଚନ୍ଦ ଯାଦବ ବିଶ୍ବବିଦ୍ୟାଳୟ ୬ ଵିକେଟରେ ପଶ୍ଚିମବଙ୍ଗ ବିଶ୍ବବିଦ୍ୟାଳୟକୁ ହରାଇଛନ୍ତି।

ସମ୍ବନ୍ଧିତ ଖବର