ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଖୋ-ଖୋ, ଉତ୍କଳ, କିଟ୍‌, ଫକିର ମୋହନ ଓ ହେମଚାନ୍ଦକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ଵର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଅନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଖୋ-ଖୋ ପ୍ରତିଯୋଗିତାରେ ଶୁକ୍ରବାର ଉତ୍କଳ, କିଟ୍‌, ଫକିର ମୋହନ ଓ ହେମଚାନ୍ଦ ନିଜ ନିଜ ଗ୍ରୁପ୍‌ ବିଜେତା ହୋଇ ସର୍ବଭାରତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଫାଇନାଲ ମ୍ୟାଚ୍‌ଗୁଡ଼ିକରେ ପ୍ରଥମେ ଉତ୍କଳ ବିଶ୍ବବିଦ୍ୟାଳୟ ୧୩ ପଏଣ୍ଟରେ ବିଦ୍ୟାସାଗର ବିଶ୍ବବିଦ୍ୟାଳୟକୁ, କିଟ୍‌ ବିଶ୍ବବିଦ୍ୟାଳୟ ୯ ପଏଣ୍ଟରେ ନର୍ଥ ବେଙ୍ଗଲ ବିଶ୍ବବିଦ୍ୟାଳୟକୁ, ଫକିର ମୋହନ ବିଶ୍ବବିଦ୍ୟାଳୟ ୪ ପଏଣ୍ଟ ଓ ଗୋଟେ ପାଳିରେ ବର୍ଧମାନ ବିଶ୍ବବିଦ୍ୟାଳୟକୁ ଏବଂ ହେମଚାନ୍ଦ ଯାଦବ ବିଶ୍ବବିଦ୍ୟାଳୟ ୨ ପଏଣ୍ଟ ଓ ଗୋଟେ ପାଳିରେ ଭିବିଏସ ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ଏହି ଯୋଗ୍ୟତା ପାଇଥିଲେ। ସର୍ବଭାରତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଲାଭ କରିଥିବା ଏହି ୪ ଦଳ ମଧ୍ୟରେ ଖେଳା ଯାଇଥିବା ଲିଗ ମ୍ୟାଚ୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ୨ ପଏଣ୍ଟ ଓ ଗୋଟେ ପାଳିରେ କିଟ୍‌ ବିଶ୍ବବିଦ୍ୟାଳୟକୁ ଏବଂ ହେମଚାନ୍ଦ ଯାଦବ ବିଶ୍ବବିଦ୍ୟାଳୟ ୧ ପଏଣ୍ଟରେ ଫକିର ମୋହନ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ଶନିବାର ଆଉ ଦୁଇଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯିବ ବୋଲି କ୍ରୀଡ଼ା ପରିଷଦର ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର