ପୂର୍ବାଞ୍ଚଳ ବିପକ୍ଷରେ ପଶ୍ଚିମାଞ୍ଚଳ ୧୮୬/୯

ଅନ୍ତଃଜୋନ୍‌ ତିନିଦିନିଆ ମହିଳା କ୍ରିକେଟ୍‌

କଟକ: କେରଳର ସେଣ୍ଟ ଜାଭିୟର୍ସ କେସିଏ କ୍ରିକେଟ୍‌ ପଡ଼ିଆରେ ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ତିନିଦିନିଆ ମହିଳା କ୍ରିକେଟ୍‌ ମ୍ୟାଚ୍‌। ଏଥିରେ ଟସ୍‌ ଜିତି ପୂର୍ବାଞ୍ଚଳ ବୋଲିଂ କରିଥିଲା। ପ୍ରଥମ ଦିନ ପଶ୍ଚିମାଞ୍ଚଳ ୯ ଓ୍ଵିକେଟ ହରାଇ ୧୮୬ ରନ୍‌ କରିଛି। ପୂର୍ବାଞ୍ଚଳର ମୋନିକା ଦାସ ଆରମ୍ଭରୁ ପଶ୍ଚିମାଞ୍ଚଳକୁ ଝଟ୍‌କା ଦେଇଥିଲେ। ସେ ପ୍ରଥମ ଦିନ ମଧ୍ୟ ଚମତ୍କାର ବୋଲିଂ କରି ୧୮ ଓଭରରେ ୬ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ତନୁଶ୍ରୀ ସରକାର, ଦେବଯାନୀ ପ୍ରସାଦ, ପରମିତା ରଏ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ପଶ୍ଚିମାଞ୍ଚଳ ପାଇଁ ପ୍ରଜକ୍ତା ସିରଓ୍ଵାଦକର ସର୍ବାଧିକ ୪୫, ଆର୍‌ଏନ୍‌ ଚୌଧୁରୀ ୪୨, ଏଚ୍‌ଏ ପଟେଲ ୩୨ ରନ୍‌ କରିଛନ୍ତି। ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଏନ୍‌ ଚଭଡା ୧୬ ଓ କେଜେ ଚୌଧୁରୀ ୬ ରନ୍‌ କରି ଅପରାଜିତ ଅଛନ୍ତି। ଓଡ଼ିଶାର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ୧୫ ଓଭରରେ ୨୯, ମଧୁସ୍ମିତା ବେହେରା ୧୦ ଓଭରରେ ୪୬, ମାଧୁରୀ ମେହେଟ୍ଟା ଗୋଟିଏ ଓଭରରେ ୮ ରନ୍‌ ବ୍ୟୟ କରିଥିଲେ ମଧ୍ୟ ସଫଳତା ପାଇନଥିଲେ।

ସମ୍ବନ୍ଧିତ ଖବର