କଟକ: କେରଳର ଗ୍ରୀନ୍ଫିଲ୍ଡ ଷ୍ଟାଡିୟମରେ ଚାଲିଥିବା ଅନ୍ତଃଜୋନ୍ ତିନିଦିନିଆ ମହିଳା କ୍ରିକେଟ୍ ପ୍ରତିଯୋଗିତାର ଦକ୍ଷିଣାଞ୍ଚଳ ବିପକ୍ଷ ଶେଷ ଲିଗ୍ରେ ପୂର୍ବାଞ୍ଚଳ ପୁଣି ପ୍ରଥମ ପାଳି ପଛରେ ରହିଯାଇଛି। ପ୍ରଥମ ପାଳିରେ ଦକ୍ଷିଣାଞ୍ଚଳ ୨୧୬ ରନ୍ କରିଥିଲା ବେଳେ ବୁଧବାର ଦ୍ୱିତୀୟ ଦିନରେ ପୂର୍ବାଞ୍ଚଳ ମାତ୍ର ୯୯ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ମୋନିକା ଦାସ ୨୩, ମାଧୁରୀ ମେହେଟ୍ଟା ୨୧, ସାଇକା ଇସାକ୍ ୧୪, ପ୍ରିୟଙ୍କା ପ୍ରିୟଦର୍ଶିନୀ ୧୨ ରନ୍ କରିଥିଲେ। ଅନ୍ୟମାନେ ୫ ରନ୍ରୁ ଅଧିକ କରିବାରେ ଅସମର୍ଥ ହୋଇଥିଲେ। ଦକ୍ଷିଣାଞ୍ଚଳର ଗୌହର ୭ ଓ ଶ୍ରାବନ୍ଥି ନାଇଡୁ ୩ ଓ୍ଵିକେଟ ନେଇ ପୂର୍ବାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଦ୍ୱିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଦକ୍ଷିଣାଞ୍ଚଳ ଦ୍ୱିତୀୟ ପାଳିରେ ୨ ଓ୍ଵିକେଟ୍ ବିନିମୟରେ ୩୨ ରନ୍ କରି ମୋଟ ୧୪୯ ରନ୍ରେ ଆଗୁଆ ରହିଛି।
ଅନ୍ତଃଜୋନ୍ ତିନିଦିନିଆ ମହିଳା କ୍ରିକେଟ୍: ପୂର୍ବାଞ୍ଚଳ ପୁଣି ପ୍ରଥମ ପାଳିରେ ପଛୁଆ
/sambad/media/post_attachments/wp-content/uploads/2018/04/cricketstumpscropped_17q224x73taln1idz2dqafuncw.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)