ଅନ୍ତଃଜୋନ୍‌ ବିଶ୍ବବିଦ୍ୟାଳୟ ଚେସ୍: କିଟ୍‌ ବିଜୟୀ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟର ଅନ୍ତର୍ଜାତୀୟ ଚେସ୍‌ ହଲ୍‌ରେ ଶନିବାରଠାରୁ ସର୍ବଭାରତୀୟ ଅନ୍ତଃଜୋନ୍‌ ମହିଳା ଚେସ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ୪ ଜୋନ୍‌ରୁ ଶ୍ରେଷ୍ଠ ୪ ଲେଖାଏଁ ମୋଟ ୧୬ ଦଳ ଏଥିରେ ଭାଗ ନେଇଛନ୍ତି। ଓଡ଼ିଶାରୁ କିଟ୍‌ ଏକମାତ୍ର ଦଳ ଭାବେ ପୂର୍ବାଞ୍ଚଳର ପ୍ରତିନିଧିତ୍ବ କରୁଛି। ଶନିବାର ଉଦ୍‌ଘାଟନୀ ଉତ୍ସବରେ କିଟ୍‌ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ରେଜିଷ୍ଟ୍ରାର୍‌ ପ୍ରଫେସର ଜ୍ଞାନରଂଜନ ମହାନ୍ତି ଏବଂ କିଟ୍‌ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ। ପ୍ରଥମ ରାଉଣ୍ଡ୍‌ରେ କିଟ୍‌ ୨.୫-୧.୫ ପଏଣ୍ଟ୍ ବ୍ୟବଧାନରେ ପାତିଆଲାର ପଞ୍ଜାବୀ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ଅଧିନାୟିକା ଆକାଂକ୍ଷା କବି, ସ୍ବୟଂଶ୍ରୀ ସାହୁ ନିଜ ନିଜ ମୁକାବିଲା ଜିତିଥିବା ବେଳେ ନବନୀତା ପଟ୍ଟନାୟକ ଅମୀମାଂସିତ ରଖିଥିଲେ। ଶ୍ରୀବିନ୍ଦା ରାଉତ ହାରିଯାଇଥିଲେ।

ସମ୍ବନ୍ଧିତ ଖବର