ଇଣ୍ଟରସିଟି ଗୋଲ୍‌ଡ କପ୍‌ ହକି: ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ବିଜେତା

ରାଉରକେଲା: ଏଠାରେ ଚାଲିଥିବା ରାଜ୍ୟସ୍ତରୀୟ ଇଣ୍ଟର୍‌ସିଟି ଗୋଲ୍‌ଡ କପ୍‌ ହକି ପୁରୁଷ ବର୍ଗରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଓ ମହିଳା ବର୍ଗରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ବିଜେତା ହୋଇଛନ୍ତି। ପୁରୁଷ ଫାଇନାଲ୍‌ରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ୫-୦ ଏକତରଫା ଗୋଲ୍‌ରେ ପୂର୍ବତଟ ରେଳବାଇ (ଭୁବନେଶ୍ବର)କୁ ପରାସ୍ତ କରିଥିଲା। ଶିଳାନନ୍ଦ ଲାକ୍ରା ୩ ଗୋଲ୍‌ (୧୪, ୩୪, ୩୭ ମିନିଟ୍) ଦେଇଥିବା ବେଳେ ନୀଲମ ସଞ୍ଜୀବ ଖେସ୍‌ (୨୧) ଓ ଶିବରାମ ଲାକ୍ରା (୪୭) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ତେବେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ମହିଳା ଫାଇନାଲ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଧାରିତ ସମୟ ୧-୧ ଗୋଲ୍‌‌ରେ ଅମୀମାଂସିତ ରହିବା ପରେ ସୁଟ୍‌ଆଉଟ୍‌ରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ୪-୩ ଗୋଲ୍‌ରେ ମ୍ୟାଚ୍‌ ଜିତି ନେଇଥିଲା।

ସମ୍ବନ୍ଧିତ ଖବର