ଅନ୍ତଃମହାବିଦ୍ୟାଳୟ ଥ୍ରୋ ବଲ୍‌ରେ ପୁରୀକୁ ଦ୍ୱିମୁକୁଟ

ଭୁବନେଶ୍ୱର: ଯାଜପୁରର ଏନ୍‌ସି ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ଅନ୍ତଃମହାବିଦ୍ୟାଳୟ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ପୁରୀକୁ ଦ୍ୱିମୁକୁଟ ଲାଭ ହୋଇଛି। ପୁରୀର ସରକାରୀ ମହିଳା ମହାବିଦ୍ୟାଳୟ ବାଳିକାରେ ଏବଂ ଶ୍ରୀଶ୍ରୀ ବେଲେଶ୍ୱର ଗୋପୀନାଥ ମହାବିଦ୍ୟାଳୟ ବାଳକରେ ଟ୍ରଫି କରାୟତ କରିଛି। ମଙ୍ଗଳବାର ଉଭୟ ବାଳିକା ଓ ବାଳକ ବର୍ଗ ଫାଇନାଲ୍‌ରେ ପୁରୀର ୪ ଦଳ ମୁହାଁମୁହିଁ ହୋଇଥିଲେ। ବାଳିକାରେ ସରକାରୀ ମହିଳା ମହାବିଦ୍ୟାଳୟ ୨-୧ ସେଟ୍‌ରେ ସୁରଜମଲ ସାହା ମହାବିଦ୍ୟାଳୟକୁ ପରାସ୍ତ କରିଥିଲା ବେଳେ ବାଳକରେ ଶ୍ରୀଶ୍ରୀ ବେଲେଶ୍ୱର ଗୋପୀନାଥ ମହାବିଦ୍ୟାଳୟ ୨-୧ ସେଟ୍‌ରେ ସୁରଜମଲ ସାହା ମହାବିଦ୍ୟାଳୟକୁ ହରାଇଥିଲା। ଏହି ପ୍ରତିଯୋଗିତାରେ ୧୮ ବାଳକ ଓ ୧୬ ବାଳିକା ଦଳ ଭାଗ ନେଇଥିଲେ। ଅତିଥି ଭାବେ ଓଡ଼ିଶା ଥ୍ରୋ ବଲ୍‌ ସଂଘର ସମ୍ପାଦକ ଜିତେନ୍ଦ୍ର ନାଥ ଦାସ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର