ଭୁବନେଶ୍ୱର: ସଚିବାଳୟ ପରିସରରେ ଚାଲିଥିବା ଓଏମ୍ସି କପ୍ ଅନ୍ତଃ ବିଭାଗୀୟ ୮ ଏ ସାଇଡ୍ ଦିବାରାତ୍ର ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ମଙ୍ଗଳବାର ରାଜସ୍ୱ ଓ କୃଷି ବିଭାଗ ବିଜୟୀ ହୋଇଛନ୍ତି। ରାଜସ୍ୱ ବିଭାଗ ମାତ୍ର ୫୯ ରନ୍ କରିଥିଲେ ମଧ୍ୟ ପିଇ ବିଭାଗକୁ ୪୭ ରନ୍ରେ ଆଲ୍ଆଉଟ୍ କରି ୧୨ ରନ୍ରେ ମୁକାବିଲା ଜିତି ନେଇଥିଲା। ଦ୍ୱିତୀୟ ମ୍ୟାଚ୍ରେ କୃଷି ବିଭାଗ ୬ ଓ୍ଵିକେଟ୍ରେ ଏସ୍ସି ଆଣ୍ଡ ଏସ୍ଟି ବିଭାଗକୁ ହରାଇଥିଲା। ଜିତୁ ସାହୁ ଅପରାଜିତ ଅର୍ଧଶତକ (୬୪*) ହାସଲ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ମାରୁତି ଆଚାର୍ଯ୍ୟ, ପ୍ରଦୀପ କୁମାର ଜେନା ମ୍ୟାଚ୍ ପରିଚାଳନା କରିଥିଲେ। ପଦ୍ମଚରଣ ରାଉତ ଏବଂ ଆଶୋକ ମହାନ୍ତି ସ୍କୋରର୍ ଥିଲେ। ବୁଧବାର ୪ଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।