ଭୁବନେଶ୍ବର: ଓଡ଼ିଶାର ଜ୍ୟୋତିଶଙ୍କର ନନ୍ଦ ଆନ୍ତର୍ଜାତିକ ଆର୍ବିଟର (ଆଇଏ) ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ବର୍ତ୍ତମାନ ସେ ରାଜ୍ୟର ସପ୍ତମ ଆଇଏ ଭାବେ ମ୍ୟାଚ୍ ପରିଚାଳନା କରିପାରିବେ। ପୂର୍ବରୁ ନିହାର ରଂଜନ ସାସମଲ, ସୁରେଶ ଚନ୍ଦ୍ର ସାହୁ, ତାପସ କୁମାର ମହାନ୍ତି, ଭବେଶ ମହାନ୍ତି, ସନ୍ତୋଷ ମହାପାତ୍ର, ଅପରାଜିତା ଗୋଛିକାର ଆଇଏ ମାନ୍ୟତା ପାଇସାରିଛନ୍ତି। ଆଇଏ ପାହ୍ୟାକୁ ଯିବା ପାଇଁ ଜ୍ୟୋତି ୪ଟି ନର୍ମ ପାର୍ କରିଥିଲେ। ଗୋଆ ଆନ୍ତର୍ଜାତିକ ଓପନ୍ ଜିଏମ୍ ୨୦୧୮, ୨୦୨୨ରେ ହୋଇଥିବା ଜାତୀୟ ମହିଳା ଚେସ୍ ପ୍ରତିଯୋଗିତା, କିଟ୍ ଆନ୍ତର୍ଜାତିକ ଚେସ୍ ମହୋତ୍ସବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଟ୍ରଫି ଆନ୍ତର୍ଜାତିକ ଗ୍ରାଣ୍ଡମାଷ୍ଟର ଚେସ୍ରେ ସେ ଅଂଶଗ୍ରହଣ କରି ଯୋଗ୍ୟତା ଅର୍ଜନ କରିବା ପରେ ଆଇଏ ଟାଇଟଲ୍ ପାଇଁ ଅବେଦନ କରିଥିଲେ। ଗତ ନଭେମ୍ବର ୨୫ରେ ଜେରୁଜେଲମ୍ରେ ଅନୁଷ୍ଠିତ ଚତୁର୍ଥ ଫିଡେ କାଉନସିଲ୍ରେ ତାଙ୍କ ଟାଇଟଲ୍କୁ ସ୍ବୀକୃତି ଦିଆଯାଇଥିଲା।
ଆନ୍ତର୍ଜାତିକ ଆର୍ବିଟର ହେଲେ ଜ୍ୟୋତିଶଙ୍କର
/sambad/media/post_attachments/wp-content/uploads/2022/12/65da4g654gd65gda4da.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)