ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଶୁକ୍ରବାରଠାରୁ ଦ୍ବିତୀୟ ଟେଷ୍ଟ୍ ଖେଳୁଛି। ଏହି ମ୍ୟାଚ୍‌ ପରେ ଭାରତର ଇଣ୍ଡିଜ୍ ଗସ୍ତ ଶେଷ ହୋଇଯିବ। ବିଗତ ୪ ମାସ ଧରି ଅବିରାମ କ୍ରିକେଟ୍‌ ଖେଳି ଚାଲିଥିବା ଭାରତୀୟ ଖେଳାଳିମାନେ ସେମାନଙ୍କ ପରବର୍ତୀ ବିଦେଶ ଗସ୍ତ ପାଇବେ ପ୍ରାୟ ୬ ମାସ ପରେ। ୨୦୨୦ ଫେବ୍ରୁଆରିରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ୍ ଗସ୍ତ କରି ଏହି ଅଭିଯାନ ଆରମ୍ଭ କରିବ। କିନ୍ତୁ ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଭାରତର ୨୦୧୯-୨୦ ଘରୋଇ ଋତୁ ବି ବ୍ୟସ୍ତବହୁଳ ରହିବ ବୋଲି ସୂଚନା ମିଳିଛି। ଏହି ଋତୁରେ ଭାରତ ମୋଟ ୨୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ସେ ମଧ୍ୟରେ ୫ ଟେଷ୍ଟ୍, ୯ ଦିନିକିଆ ଅନ୍ତର୍ଜାତୀୟ ଏବଂ ୧୨ ଟ୍ବେଣ୍ଟି-୨୦ ଖେଳିବ ଭାରତ। ଭାରତର ୨୦୧୯-୨୦ ଘରୋଇ ଋତୁ ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତରୁ ଆରମ୍ଭ ହେବ। ୩ ଟ୍ବେଣ୍ଟି-୨୦ ପରେ ‌ଗାନ୍ଧୀ ମାଣ୍ଡେଲା ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ। ଏହା ସେପ୍ଟେମ୍ବର-ଅକ୍ଟୋବରରେ ଖେଳାଯିବ। ସେପ୍ଟେମ୍ବର ୧୫, ୧୮, ୨୨ରେ ଏହି ୩ ଟି-୨୦ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ଅକ୍ଟୋବର ୨ରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବ। ନିମ୍ନରେ ଭାରତର ୨୦୧୯ ଘରୋଇ କ୍ରିକେଟ୍‌ ସୂଚୀ ପ୍ରଦତ୍ତ ହେଲା।publive-image