ଅନ୍ତର୍ଜାତୀୟ ବନ୍ଧୁକ ଚାଳକଙ୍କ ଆତ୍ମହତ୍ୟା

ମୋହାଲି: ଅନ୍ତର୍ଜାତୀୟ ବନ୍ଧୁକ ଚାଳକ ନମନବୀର ବ୍ରାରଙ୍କ ଆତ୍ମହତ୍ୟା ଖବର ଭାରତୀୟ କ୍ରୀଡ଼‌ା ଦୁନିଆକୁ ‌ଶୋକରେ ବୁଡ଼ାଇ ଦେଇଛି। ମଙ୍ଗଳବାର ସକାଳେ ନମନବୀରଙ୍କ ମୃତ ଶରୀରକୁ ସେକ୍ଟର-୭୧ସ୍ଥିତ ତାଙ୍କ ବାସଭବନରୁ ପରିବାର ଲୋକ ଉଦ୍ଧାର କରିଥିଲେ। ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ପରିବାର କିମ୍ବା ପୁଲିସ ପକ୍ଷରୁ ଦିଆଯାଇନାହିଁ।

ନମନବୀରଙ୍କ ବଡ଼ ଉଭଣୀ ପ୍ରଭୁଶୁଖମନ ବ୍ରାର ମଧ୍ୟ ଜଣେ ବନ୍ଧୁକ ଚାଳନା ତାରକା ହୋଇଥିଲା ବେଳେ ପିତା ହରପ୍ରୀତ ବ୍ରାର୍‌ ହେଉଛନ୍ତି ଜଣେ ବ୍ୟବସାୟୀ। ପଞ୍ଜାବ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲା ବେଳେ ୨୦୧୫ ମସିହା‌ରେ ଦକ୍ଷିଣ କୋରିଆରେ ଆୟୋଜିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତି ନମନବୀର ଚର୍ଚ୍ଚାକୁ ଆ‌ସିଥିଲେ। ସେ ମଧ୍ୟ ପୋଲାଣ୍ଡରେ ଆୟୋଜିତ ଏଫ୍‌ଆଇଏସ୍‌ୟୁ ବିଶ୍ବ ବିଶ୍ବବିଦ୍ୟାଳୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଚଣ୍ଡିଗଡର ଡିଏଭି କଲେଜରୁ ସ୍ନାତକ ଶିକ୍ଷା ଲାଭ କରିବା ପରେ ପଞ୍ଜାବ ବିଶ୍ବବିଦ୍ୟାଳୟରେ ୩ ବର୍ଷୀୟ ଆଇନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ।

ସମ୍ବନ୍ଧିତ ଖବର