ଆନ୍ତର୍ଜାତିକ ଅଲିମ୍ପିକ୍‌ ଦିବସ: ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କରିବା ସହ ‘ମାଇଁ ଗଭ୍‌ ପୋର୍ଟାଲ୍‌’ କୁଇଜ୍‌ର ଭାଗନେବାକୁ ତରୁଣମାନଙ୍କୁ କହିଲେ ମୋଦୀ

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତିକ ଅଲିମ୍ପିକ୍‌ ଦିବସ ଅବସରରେ ଭାରତୀୟ ଅଲିମ୍ପିକ୍‌ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ବିଗତ ବର୍ଷମାନଙ୍କରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ପ୍ରତିନିଧିତ୍ବ କରିଥିବା ଭାରତୀୟ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ପ୍ରଶଂସା କରିଛନ୍ତି। କେତେଗୁଡ଼ିଏ ଟୁଇଟ୍‌ରେ ସେ ଲେଖିଛନ୍ତି, ଆଜି ଅଲିମ୍ପିକ୍ ଦିବସ ଅବସରରେ ବିଗତ ବର୍ଷମାନଙ୍କରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିବା ଅଂଶଗ୍ରହଣକାରୀଙ୍କୁ ମୁଁ ପ୍ରଶଂସା କରୁଛି। କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ଅବଦାନ ଏବଂ ଅନ୍ୟ ଖେଳାଳିମାନଙ୍କୁ ଉତ୍ସାହ ଦେବା ଲାଗି ସେମାନଙ୍କର ଉଦ୍ୟମ ପାଇଁ ଆମ ଦେଶ ଗୌରବାନ୍ବିତ।

Image Courtesy of Zee News


ଏଥିସହ ‘ମାଇଁ ଗଭ୍‌’ରେ ଆୟୋଜିତ ଏକ କୁଇଜ୍‌ର ଲିଙ୍କ୍‌ ସେୟାର୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍‌ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ‘ମାଇଁଗଭ୍‌’ରେ ମଜାଦାର କୁଇଜ୍‌ ଦିଆଯାଇଛି। ସମସ୍ତଙ୍କୁ, ବିଶେଷତଃ ମୋର ତରୁଣ ବନ୍ଧୁମାନଙ୍କୁ ଏଥିରେ ଅଂଶ ଗ୍ରହଣ କରିବା ଲାଗି ଅନୁରୋଧ କରୁଛି।

ସୂଚନାଯୋଗ୍ୟ, ଆଜି ଭାରତର କ୍ରୀଡ଼ା ମନ୍ତ୍ରାଳୟ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍‌ କ୍ରୀଡ଼ା ସକାଶେ ବିଷୟବସ୍ତୁ ଘୋଷଣା କରିବ। ଏହାଛଡ଼ା, ଏହି ଅବସରରେ ‘ଟୋକିଓ ଅଲିମ୍ପିକ୍ ୨୦୨୦’ ‘ସୋପିସ୍‌ ଇଭେଣ୍ଟ୍‌’ ପାଇଁ ମଧ୍ୟ ଭାରତର ଗୀତ ‘ଚିୟର୍‌ ଫର୍‌ ଇଣ୍ଡିଆ’ ଉନ୍ମୋଚନ କରାଯିବ।

ସମ୍ବନ୍ଧିତ ଖବର