ଅନ୍ତର୍ଜାତୀୟ ସୋଟୋକାନ କରାଟେ ମାନସ ଓ ମନୀଷାଙ୍କୁ ପଦକ

ଭୁବନେଶ୍ବର: ଗୁଜୁରାଟର ଅହମ୍ମଦାବାଦସ୍ଥିତ ନାରାୟଣୀ ହୋଟେଲଠାରେ ଆନ୍ତର୍ଜାତୀୟ ସୋଟୋକାନ କରାଟେ ୟୁନିଅନ୍‌ କପ୍ ଅନୁଷ୍ଠିତ ହୋଇଯାଇଛି । ଏହି ମର୍ଯ୍ୟ‌ାଦାଜନକ ପ୍ରତିଯୋଗିତାରେ ଓଡିଶାର ଏସ୍‌ଏସ୍‌ ମାର୍ସାଲ୍ ଆର୍ଟ ଏକାଡେମିର ପ୍ରତିନିଧିତ୍ବ କରିଥିବା ୨ ଜଣ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ସେମାନେ ହେଲେ ମାନସ ମୋହନ ଏବଂ ମନୀଷା କୁମାରୀ। ମାନସ ରୌପ୍ୟ ଏବଂ ମନୀଷା କାଂସ୍ୟ ପଦକ ହାସଲ କରିଥିବାରୁ ଏକାଡେମିର ପ୍ରତିଷ୍ଠାତା ତଥା ଅନ୍ତର୍ଜାତୀୟ ସୋଟୋକାନ କରାଟେ ୟୁନିଅନ୍‌ ଓଡିଶା ମୁଖ୍ୟ ସେନ୍‌ସେଇ ସୁବ୍ରତ କୁମାର ପାତ୍ର, ଉପଦେଷ୍ଠା ଶଶୀଭୂଷଣ ପାତ୍ର, ଅଶୋକ କୁମାର ରାଉତରାୟ, ସୁବ୍ରତ ମିଶ୍ର, ମନୋରଂଜନ ମହାନ୍ତି, ରଂଜିତ ପତି ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର