ଅନ୍ତର୍ଜାତୀୟ ଟାଏକୋଣ୍ଡୋ ଲାଗି ଓଡ଼ିଶାରୁ ୪୭

ଭୁବନେଶ୍ବର: ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ‌ହୋଇଥିବା ଏମ୍‌କେ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାର ୪୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ସେଥିମଧ୍ୟରେ ୧୩ ଜଣ ବାଳିକା ଥିଲା ବେଳେ ୩୪ ଜଣ ହେଉଛନ୍ତି ବାଳକ। ଏମାନେ ଓଡ଼ିଶା (ଭାରତ) ଦଳ ଭାବେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଯସ୍ମିନ୍ ପରିଡ଼ା ବାଳିକା ଦଳର ପ୍ରଶିକ୍ଷକ ଅଛନ୍ତି। ସେହିଭଳି ଏନ୍ ଜଗାରାଓ ବାଳକ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ରାଜ୍ୟ ଟାଏକୋଣ୍ଡୋ ସଂଘର ସଂପାଦକ ସନ୍ତୋଷ କୁମାର ମହାନ୍ତି ଏବଂ ବୈଷୟିକ ନିର୍ଦେଶକ ଜୟକୃଷ୍ଣ ପରିଡ଼ା ମଧ୍ୟ ଦଳ ସହ ଦିଲ୍ଲୀ ଯାତ୍ରା କରିଛନ୍ତି। ଲଲାଟ କୁମାର ମହାନ୍ତି ଦଳର ପ୍ରବନ୍ଧକ ଦାୟିତ୍ବରେ ଅଛନ୍ତି। ଏହି ତିନି ଦିନିଆ ପ୍ରତିଯୋଗିତାରେ ୧୨ ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ଓଡ଼ିଶା ଖେଳାଳିଙ୍କ ମଧ୍ୟ ପାଖାପାଖି ୩୦ ଜଣ ପଦକ ଜିତିବାର ସମ୍ଭବନା ଥିବା ଶ୍ରୀ ପରିଡ଼ା ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର