କଟକ: କୋଲକାତାଠାରେ ଶେଷ ହୋଇଥିବା ଆନ୍ତର୍ଜାତିକ ଓପନ୍ ଟାଏକୋଣ୍ଡୋରେ ଓଡ଼ିଶାକୁ ୫ ପଦକ ମିିଳିଛି। ବାଳକ ବିଭାଗରେ ଶିବ ପ୍ରସାଦ ସାହୁଙ୍କୁ ରୌପ୍ୟ, ଜଗନ୍ନାଥ ଟୁଡୁଙ୍କୁ କାଂସ୍ୟ, ଅଭିଷେକ ବଗଲ କାଂସ୍ୟ ପଦକ ଜିତିଥିଲା ବେଳେ ବାଳିକାରେ ଭାଲେଣ୍ଟିନା ଦେହୁରୀ ଓ ଆକାଂକ୍ଷା ସାମନ୍ତରାୟ କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ପାଇଁ ଟାଏକୋଣ୍ଡୋ ସଂଘର ସଭାପତି ଦେବାଶିଷ ସାମନ୍ତରାୟ, ସଂପାଦକ ଗୋପାଳ ରାଏ, ଉପସଭାପତି ରଂଜନ କୁମାର ବିଶ୍ୱାଳ, ସହ ସମ୍ପାଦକ ଅରିନ୍ଦମ ରାଏ, ଲିଙ୍ଗରାଜ ପୃଷ୍ଟି, ନିର୍ମଳ ଚନ୍ଦ୍ର ନାୟକ ଶୁଭେଚ୍ଛା ଜଣାଇଛନ୍ତି।
ଆନ୍ତର୍ଜାତିକ ଟାଏକୋଣ୍ଡୋରେ ଓଡ଼ିଶାକୁ ୫ ପଦକ
/sambad/media/post_attachments/wp-content/uploads/2017/12/Taikowndo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)