ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌: ଏକାମ୍ର ବିଜୟୀ

ଭୁବନେଶ୍ୱର: ଜୟଦେବ ମହାବିଦ୍ୟାଳୟ ଆନୁକୁଲ୍ୟରେ ଚାଲିଥିବା ଅନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତାର ଜୋନ୍‌-୫ର ଏକ ମ୍ୟାଚ୍‌ରେ ଏକାମ୍ର ମହାବିଦ୍ୟାଳୟ ବିଜୟୀ ହୋଇଛି। ସୋମବାର ଏକାମ୍ର ୧୩୦ ରନ୍‌ରେ ଜଗତପୁରର ଏଲ୍‌ଏନ୍‌ଏସ୍‌ ମହାବିଦ୍ୟାଳୟକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଏକାମ୍ର ୧୮ ଓଭରରେ ୩ ଓ୍ଵିକେଟରେ ୧୭୫ ରନ୍‌ କରିଥିଲା। ରାକେଶ କୁମାର ବେହେରା (୫୮) ଓ ଗିରିଜା ମିଶ୍ର (୫୧) ଅର୍ଧଶତକ ଏବଂ ଅଭିମନ୍ୟୁ ବେହେରା ୪୩ ରନ୍‌ କରିଥିଲେ। ଜବାବରେ ଜଗତପୁର ଦଳ ୧୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୪୫ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଏକାମ୍ର ପକ୍ଷରୁ ରିଜାଉଲ୍‌ ଖାନ୍‌ ଓ ସୌରଭ ପାଣିଗ୍ରାହୀ ୩ ଲେଖାଏଁ, ଭାବାନୀ ପ୍ରସାଦ ଦାସ ୨ ଏବଂ ରାକେଶ କୁମାର ବାରିକ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର