ଅନ୍ତଃବିଦ୍ୟାଳୟ ଭଲିବଲ୍ ଗୁରୁବାରଠୁ

ଭୁବନେଶ୍ବର,: ଭଲିବଲକୁ ବିଦ୍ୟାଳୟସ୍ତରରୁ ‌ଲୋକପ୍ରିୟ କରିବା ଲାଗି ଭୁବନେଶ୍ବରରେ ପ୍ରଥମ ଥର ପ୍ରୟାସ ଆରମ୍ଭ ହୋଇଛି। ସ୍ଥାନୀୟ ମହାଲେଖାକାର (ଏଜି) କାର୍ଯ୍ୟାଳୟରେ ନିଯୁକ୍ତ ବରିଷ୍ଠ ରେଫରି, ପ୍ରଶିକ୍ଷକ ଓ ଖେଳାଳିଙ୍କ ମିଳିତ ଉଦ୍ୟମରେ ଆସନ୍ତା ନଭେମ୍ବର ୮ରୁ ୯ ତାରିଖ ମଧ୍ୟରେ ନୂଆ ଏଜି କଲୋନୀ ଭଲିବଲ୍ ଗ୍ରାଉଣ୍ଡରେ ଏକ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଛି। ଭୁବନେଶ୍ବରର ମୋଟ ୧୨ ଦଳ ଏଥିରେ ଭାଗନେବେ ବୋଲି ପ୍ରକାଶ କରିଛନ୍ତି ଆୟୋଜନ ସମିତିର ସଗଂଠନ ସମ୍ପାଦକ ତଥା ଅର୍ନ୍ତଜାତୀୟ ରେଫରି ସୁଦର୍ଶନ ପଟ୍ଟନାୟକ। ବିଦ୍ୟାଳୟ ଦଳଗୁଡ଼ିକ ‌ହେଲେ ଗୌରୀଶଙ୍କର ଇଂଲିସ ମିଡିୟମ ସ୍କୁଲ, ବିକାଶ ରେସିଡେନସିଆଲ ସ୍କୁଲ, କେଭି-୪, ୟୁନିଟ-୮ ଡିଏଭି, ପୋଖରୀପୁଟ ଡିଏଭି, ଚନ୍ଦ୍ରଶେଖରପୁର ଡିଏଭି, ଓଡିଏମ, ବିଜେଇଏମ, ମଦର୍ସ ପବ୍ଲିକ ସ୍କୁଲ, ଖଣ୍ଡଗିରି ଜାଭିୟର୍ସ ହାଇସ୍କୁଲ। ଏହି ଅବସରରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ଖେଳାଳି, ପ୍ରଶିକ୍ଷକ ଓ ରେଫରି ଉପସ୍ଥିତ ରହିବା ସହିତ ବିଭିନ୍ନ ଦଳକୁ ଆଧୁନିକ କୌଶଳ ସମ୍ପର୍କରେ ଶିକ୍ଷା ପ୍ରଦାନ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର