ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା:ବାଜି ମାରିଲେ ଏନଆଇଏସଟି, କେଏସ୍‌ଓଟି ଓ କିଟ୍‌ 

ଭୁବନେଶ୍ୱର: ବିରଳା ଗ୍ଲୋବାଲ ବିଶ୍ୱ ବିଦ୍ୟାଳୟ ବା ବିଜିୟୁ ତରଫରୁ ଆୟୋଜିତ ବିଜିୟୁ ଅନ୍ତଃ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇ ଯାଇଛି। ଏଥିରେ ଏନଆଇଏସ୍‌ଟି କ୍ରିକେଟ୍‌, କେଏସ୍‌ଓଟି ଫୁଟବଲ୍‌ ଏବଂ କିଟ୍‌ ଉଭୟ ପୁରୁଷ ଓ ମହିଳା ବାସ୍କେଟବଲରେ ବିଜେତା ଆଖ୍ୟା ଅର୍ଜନ କରିଥିଲା। ସେହିଭଳି ଗୀତା, ଗିପ୍ଟ କ୍ରିକେଟ୍‌, ଏନଆଇଏସଟି ଓ ବିଜିୟୁ ଫୁଟବଲ୍‌ ଏବଂ ସୋଆ ଓ ଏମଜିଏମଏମ୍‌ ମହିଳା ବାସ୍କେଟବଲରେ ଉପବିଜେତା ହୋଇଥିଲେ। ପୁରୁଷ ବାସ୍କେଟ୍‌ବଲ୍‌ର ଉପ ବିଜେତା ସିଭି ରମଣ ଏବଂ ଏସ୍‌ଆରଆଇଟି ହୋଇଥିଲେ। ଜେକେ ମହାନ୍ତି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ବିଜିୟୁର କୂଳପତି ସୁଧାକର ପଣ୍ଡା ଏବଂ ରେଜିଷ୍ଟ୍ରାର ବିକେ ଦାସ ଅତିଥି ଥିଲେ।

ସମ୍ବନ୍ଧିତ ଖବର