ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଆସନ୍ତା ୬ ତାରିଖରୁ ଅନ୍ତଃଜୋନ୍ ବିଶ୍ବବିଦ୍ୟାଳୟସ୍ତରୀୟ ହକି ପ୍ରତିଯୋଗିତା ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ମୋଟ ୧୬ ଦଳ ଅଂଶଗ୍ରହଣ କରୁଥିଲା ବେଳେ ଓଡ଼ିଶାରୁ କେବଳ ସମ୍ବଲପୁର ବିଶ୍ବବିଦ୍ୟାଳୟ ଯୋଗ୍ୟତା ଅର୍ଜନ କରିଛି। ସମସ୍ତ ଦଳକୁ ନେଇ ୪ଟି ପୁଲ୍ କରାଯାଇଛି। ପୁଲ୍ ସି’ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସହିତ ବାଙ୍ଗାଲୋର ବିଶ୍ବବିଦ୍ୟାଳୟ, ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ, ଆଇଟିଏମ୍ ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ଏହାବ୍ୟତୀତ ଓଡ଼ିଶାର ଆନ୍ତର୍ଜାତିକ ଅମ୍ପାୟାର ନିଶାନ ଜ୍ୟୋତି ମହାନ୍ତିଙ୍କୁ ଏହି ପ୍ରତିଯୋଗିତାର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।
କିଟ୍ରେ ଅନ୍ତଃଜୋନ୍ ବିଶ୍ବବିଦ୍ୟାଳୟ ହକି ପ୍ରତିଯୋଗିତା ୬ରୁ, ଓଡ଼ିଶାରୁ କେବଳ ସମ୍ବଲପୁର ବିଶ୍ବବିଦ୍ୟାଳୟ
/sambad/media/post_attachments/wp-content/uploads/2023/02/654654fs654hsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)