ଅନ୍ତଃଜୋନ୍‌ କନିଷ୍ଠ ହକି: ଓଡ଼ିଶା ପୁରୁଷ ଦଳର ବଡ଼ ବିଜୟ; ମହିଳା ହାରିଲେ

ଭୁବନେଶ୍ବର: ହକି ଇଣ୍ଡିଆ ପରିଚାଳିତ କନିଷ୍ଠ ଅନ୍ତଃଜୋନ୍‌ ପୂର୍ବାଞ୍ଚଳ ହକି ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଝାଡ଼ଖଣ୍ଡର ଖୁଣ୍ଟି (ରାଞ୍ଚି)ରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୧୪-୦ରେ ଆସାମକୁ ପରାସ୍ତ କରିଥିଲା। ଓଡ଼ିଶା ପକ୍ଷରୁ ଆର୍ଯ୍ୟନ ଖେସ୍‌ (୫, ୨୨, ୩୦, ୩୭, ୫୪ ମିନିଟ୍‌), ଅନମୋଲ ଏକ୍କା (୨୬, ୨୬, ୪୩, ୪୮, ୪୮ ମିନିଟ୍‌) ୫ ଲେଖାଏଁ ଏବଂ ଅଧିନାୟକ ପ୍ରତାପ ଟପ୍ପୋ (୪୧, ୫୮ ମିନିଟ୍‌) ଦୁଇଟି, ଅଭିଷେକ କିସ୍‌ପୋଟା (୪୯ ମିନିଟ୍‌) ଓ ସଂଜିତ ତିର୍କୀ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ମହିଳା ଦଳ ଦ୍ବିତୀୟ ମ୍ୟାଚ୍‌ରେ ହାରିଯାଇଛି। ରବିବାର ଅସାମକୁ ୧୧-୦ରେ ହରାଇଥିବା ଓଡ଼ିଶା ସୋମବାର ୧-୨ ଗୋଲ୍‌ରେ ମିଜୋରାମଠୁ ପରାସ୍ତ ହୋଇଛି। ମିଜୋରାମର ଲାଲ ତ୍ଲାଚୁଙ୍ଗି (୨୫ ମିନିଟ୍‌) ଓ ଭାନଲାଲହ୍ରିଆତପୁଇ (୪୧ ମିନିଟ୍‌) ଗୋଟିଏ ‌ଲେଖାଏଁ ଗୋଲ୍‌ ଦେଇଥିଲେ। ଓଡ଼ିଶା ପକ୍ଷରୁ ପ୍ରତିଭା କିଣ୍ଡୋ (୪୯ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଥିଲେ।

ସମ୍ବନ୍ଧିତ ଖବର