ଅନ୍ତଃଜୋନ୍‌ ଜାତୀୟ ମୁଷ୍ଟିଯୁଦ୍ଧ ଲାଗି ଓଡ଼ିଶା ଦଳ

ଭୁବନେଶ୍ୱର: ପଣ୍ଡିଚେରିରେ ଚଳିତ ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଅନ୍ତଃଜୋନ୍‌ ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଲାଗି ମଙ୍ଗଳବାର ୪ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ସେମାନେ ହେଲେ ତନୁଜ ନାୟକ (୪୯ କିଲୋଗ୍ରାମ୍‌), ଗଣେଶ କୁମାର ଗୌଡ଼ (୫୨ କିଲୋଗ୍ରାମ୍‌), ସଞ୍ଜାସ କୁମାର ବେହେରା (୫୬ କିଲୋଗ୍ରାମ୍‌) ଏବଂ ମୁରଲୀ ବଡ଼ାତ୍ୟା (୬୦ କିଲୋଗ୍ରାମ୍‌)। ମନୋରମା ମହାରଣା ପ୍ରଶିକ୍ଷିକା ଭାବେ ଦଳ ସହ ମଙ୍ଗଳବାର ପଣ୍ଡିଚେରି ଗସ୍ତ କରିଛି।

ସମ୍ବନ୍ଧିତ ଖବର