କଟକ: କେରଳରେ ଚାଲିଥିବା ଅନ୍ତଃଜୋନ୍ ତିନିଦିନିଆ ମହିଳା କ୍ରିକେଟ୍ ପ୍ରତିଯୋଗିତାର ଶେଷ ଲିଗ୍ରେ ପୂର୍ବାଞ୍ଚଳ ପରାସ୍ତ ହୋଇଛି। ଦକ୍ଷିଣାଞ୍ଚଳ ୧୧୯ ରନ୍ରେ ପୂର୍ବାଞ୍ଚଳକୁ ପରାସ୍ତ କରିଦେଇଛି। ଆଉ ଏହି ପରାଜୟ ସହ ପୂର୍ବାଞ୍ଚଳ ମାତ୍ର ୫ ପଏଣ୍ଟ ପାଇ ତାଲିକା ନିମ୍ନରେ ରହିଛି। ଶେଷ ଦିନରେ ଦକ୍ଷିଣାଞ୍ଚଳ ୧୦୭ ରନ୍ରେ ଆଉଟ ହେବାରୁ ପୂର୍ବାଞ୍ଚଳ ସମ୍ମୁଖରେ ୨୨୫ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମ୍ୟାଚ୍ ଅମୀମାଂସିତ ରହିବା ନେଇ ଆଶା କରାଯାଉଥିଲା ବେଳେ ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳିରେ ବି ପୂର୍ବାଞ୍ଚଳ ଖରାପ ପ୍ରଦର୍ଶନ ଜାରି ରଖିଥିଲା। ଏହି ପାଳିରେ ଦଳ ୧୦୫ ରନ୍ କରି ସମସ୍ତ ଓ୍ଵିକେଟ ହରାଇଥିଲା। ମାଧୁରୀ ମେହେଟ୍ଟା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ୧୦୪ ବଲ୍ରେ ୫୦ ରନ୍ କରିଥିଲେ ବି ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ତାଙ୍କ ବ୍ୟତୀତ ସାଇକା ଇସାକ୍ ୧୬ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୧୦ ରନ୍ କରିଥିଲେ। ଅନ୍ୟମାନେ ଦୁଇ ଅଙ୍କରେ ପହଞ୍ଚିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ବିଜୟୀ ଦଳର ଅନନ୍ୟା ଉପେନ୍ଦ୍ରନ୍ ୩, ନିକିତା ମଲ୍ଲିକ, ଏସ୍କେ ଶ୍ରାବନ୍ଥୀ ନାୟୁଡୁ ଦୁଇଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ପୂର୍ବରୁ ଦକ୍ଷିଣାଞ୍ଚଳ ପ୍ରଥମ ପାଳିରେ ୨୧୬ ରନ୍ କରିଥିଲା ବେଳେ ପୂର୍ବାଞ୍ଚଳ ୯୯ ରନ୍ରେ ସମସ୍ତ ଓ୍ଵିକେଟ ହରାଇଥିଲା।
ଅନ୍ତଃଜୋନ୍ ତିନିଦିନିଆ ମହିଳା କ୍ରିକେଟ୍ : ପରାଜୟ ସହ ତାଲିକା ନିମ୍ନରେ ପୂର୍ବାଞ୍ଚଳ
/sambad/media/post_attachments/wp-content/uploads/2018/04/cricketstumpscropped_17q224x73taln1idz2dqafuncw-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)