ଅନ୍ତଃ ଜୋନ୍‌ ମହିଳା କ୍ରିକେଟ୍‌: ପୁନମଙ୍କ ଅର୍ଧଶତକ, ପୂର୍ବାଞ୍ଚଳ ବିଜୟୀ

କଟକ: ଚେନ୍ନାଇରେ ସୋମବାରଠାରୁ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ ଅନ୍ତଃ ଜୋନ୍‌ ମହିଳା କ୍ରିକେଟ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ପୂର୍ବାଞ୍ଚଳ ବିଜୟୀ ହୋଇଛି। ଜାତୀୟ କ୍ରିକେଟ ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଥିବା ଏହି ପ୍ରତିଯୋଗିତାରେ ପୂର୍ବାଞ୍ଚଳ ପ୍ରଥମ ମ୍ୟାଚରେ ୮୪ ରନ୍‌ରେ ଉତ୍ତରାଞ୍ଚଳକୁ ହରାଇଛି। ଟସ୍‌ ଜିତି ପୂର୍ବାଞ୍ଚଳ ବ୍ୟାଟିଂ କରିଥିଲାବେଳେ ପୁନମ ନାୟକଙ୍କ ଅର୍ଧଶତକ (୫୨), ଧରା ଗୁଜ୍ଜରଙ୍କ ୪୦ ଓ କାଜଲ ଜେନାଙ୍କ ୪୨ ରନ୍‌ ସହଯୋଗରେ ନିର୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୨୦୮ ରନ୍‌ ସଂଗ୍ରହ କରିଥିଲା। ଉତ୍ତରାଞ୍ଚଳର ସବନମ୍‌ ୩, ସିମରନ୍‌ ବାହାଦୂର, ଅଞ୍ଜଳି ରେଡ୍ଡୀ, ସୋନାଲ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ। ତେବେ ୨୦୯ ରନ୍‌ର ଲକ୍ଷ୍ୟକୁ ପିଛା କରି ଉତ୍ତରାଞ୍ଚଳ ୧୨୪ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ପୂର୍ବାଞ୍ଚଳର ମମତା ପାସ୍‌ଓ୍ଵାନ ୪, ଶ୍ରେୟ କକର ୨, ଇନ୍ଦ୍ରାଣୀ ଛତ୍ରିଆ ଓ ସଲ୍‌ମା ଖାତୁନ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ। ପୂର୍ବାଞ୍ଚଳର ପରବର୍ତ୍ତୀ ମ୍ୟାଚ ୧୮ ତାରିଖରେ ଦକ୍ଷିଣାଞ୍ଚଳ ବିପକ୍ଷରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର