କଟକ : ଓଡ଼ିଶା କ୍ରିକେଟ୍ ସଂଘ ଆନୁକୂଲ୍ୟରେ ଚାଲିଥିବା ଅନ୍ତଃଜିଲ୍ଲା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାରେ ଶୁକ୍ରବାର ବାଲେଶ୍ବର, ବରଗଡ଼, ଭୁବନେଶ୍ବର ଓ ଖୋର୍ଦ୍ଧା ବିଜୟୀ ହୋଇଛନ୍ତି। ସନ୍ସାଇନ୍ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ବାଲେଶ୍ବର ୨୭୯ ରନ୍ରେ କଳାହାଣ୍ଡିକୁ ହରାଇଛି। ବାଲେଶ୍ବର ମାତ୍ର ୧ ୱିକେଟ୍ ହରାଇ ୨୯୮ ରନ୍ କରିଥିଲା। ଅଙ୍କିତା ଗିରି ୬୭ଟି ବଲରୁ ୧୨୪ ରନ୍ ଓ ସରୋଜିନୀ ଗିରି ୬୦ଟି ବଲ୍ରୁ ୧୨୨ ରନ୍ କରି ଅପରାଜିତ ରହିଥିଲେ। ଜବାବରେ କଳାହାଣ୍ଡି ସମସ୍ତ ୱିକେଟ୍ ବିନିମୟରେ ମାତ୍ର ୧୯ ରନ୍ କରିବାକୁ ସମର୍ଥ ହୋଇଥିଲା। ଏସ୍ବି ଲରେନ୍ସ ୪ ୱିକେଟ୍ ନେଇଥିଲେ। ରେଭେନ୍ସା ପଡିଆ-୧ରେ ବରଗଡ଼ ୮ ୱିକେଟରେ ନୟାଗଡ଼କୁ ହରାଇଛି। ନୟାଗଡ଼ ୧୮ ଓଭରରେ ସମସ୍ତ ୱିକେଟ୍ ହରାଇ ୮୭ ରନ୍ କରିଥିଲା।
ଜବାବରେ ବରଗଡ଼ ୧୩.୫ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ବରଗଡ଼ର ଶୁଭଶ୍ରୀ ପରମାଣିକ ୪ ରନ୍ ବ୍ୟୟ କରି ୪ ୱିକେଟ୍ ନେଇଥିଲେ। ରେଭେନ୍ସା ପଡିଆ-୨ରେ ଭୁବନେଶ୍ବର ୧୧୮ ରନରେ ସୋନପୁରକୁ ହରାଇଛି। ଭୁବନେଶ୍ବର ବିନା କୌଣସି ୱିକେଟ୍ ହରାଇ ୧୬୨ ରନ୍ କରିଥିଲା ବେଳେ ସୁବର୍ଣ୍ଣପୁର ୧୯.୨ ଓଭର ସୁଦ୍ଧା ୪୪ ରନ୍ କରିଥିଲା ବେଳେ ସମସ୍ତ ୱିକେଟ୍ ହରାଇଥିଲା। ପ୍ରିୟଙ୍କରୀ ମୁଦୁଲି ୭୧* ଓ ଜିଏମ୍ ଅଳକାନନ୍ଦା ୬୫* ରନ୍ କରି ଅପରାଜିତ ରହିଥିଲେ। ସନ୍ସାଇନ୍ ପଡିଆରେ ଅନୁଷ୍ଠିତ ମ୍ୟାଚ୍ରେ ଖୋର୍ଦ୍ଧା ୪୮ ରନ୍ରେ ବୌଦ୍ଧକୁ ହରାଇଛି। ଖୋର୍ଦ୍ଧା ନିର୍ଧାରିତ ଓଭରରେ ୧୩୨/୪ ସ୍କୋର କରିଥିଲା। ଜବାବରେ ବୌଦ୍ଧ ୬ ୱିକେଟ୍ ବିନିମୟରେ ୮୪ ରନ୍ କରିବାକୁ ସମର୍ଥ ହୋଇଥିଲା।