ଆପଣ ଜାଣନ୍ତି କ୍ରିକେଟ୍‌ରେ ଖେଳା ଯାଉଥିବା ବଲ୍‌ର ମୂଲ୍ୟ କେତେ ? ଜାଣନ୍ତୁ ବଲ୍‌ ସମ୍ପର୍କରେ କିଛି ରୋଚକ ତଥ୍ୟ…

ମୁମ୍ବାଇ: କ୍ରିକେଟରେ ତିନୋଟି ଫର୍ମାଟରେ ବା ଶୈଳୀରେ ଖେଳ ହୋଇଥାଏ । ସେଗୁଡ଼ିକ ହେଲା ଟେଷ୍ଟ, ଓ୍ଵାନ-ଡେ ଓ ଟି-୨୦। ଟେଷ୍ଟ ମ୍ୟାଚ୍‌ ୫ ଦିନ ଖେଳାଯାଉଥିବା ବେଳେ ଓ୍ଵାନ-ଡେ ଓ ଟି-୨୦ ଗୋଟିଏ ଦିନ ଲେଖା ଖେଳାଯାଏ । ଆପଣ ଜାଣିଛନ୍ତି କ୍ରିକେଟରେ ତିନୋଟି ଫର୍ମାଟରେ ଅଲଗା ଅଲଗା ବଲରେ ଖେଳାଯାଏ ? ଯଦି ଜାଣି ନାହାନ୍ତି ତା’ହେଲେ ଆସନ୍ତୁ ଜାଣିବା ବଲ୍‌ ବିଷୟରେ କିଛି ତଥ୍ୟ ।

ଟେଷ୍ଟ ମ୍ୟାଚରେ ‘kookaburra’ ଓ sg କମ୍ପାନିର ବଲ୍‌ରେ ଖେଳା ଯାଏ । ‘kookaburra’ କମ୍ପାନିର ବଲ୍‌ର ମୂଲ୍ୟ ୮୦୦୦ ହୋଇଥିବା ବେଲେ sg କମ୍ପାନି ବଲ୍‌ର ମୂଲ୍ୟ ୫୦୦୦ ଟଙ୍କା ଅଟେ। ଏହି ବଲ୍‌ରେ ୮୦ ଓଭର ପର୍ଯ୍ୟନ୍ତ ଖେଳା ଯାଇପାରିବ। ଟେଷ୍ଟ ମ୍ୟାଚ୍‌ରେ ନାଲି ବଲ୍‌ର ବ୍ୟବହାର କରାଯାଇଥାଏ ଓ ଡେ-ନାଇଟ୍‌ ଟେଷ୍ଟରେ ଗୋଲାପି ବଲ୍‌ର ବ୍ୟବହାର କରାଯାଏ । ଓ୍ଵାନ୍‌-ଡେ ଓ ଟି-୨୦ରେ ଖେଳା ଯାଉଥିବା ‘kookaburra’ ବଲ୍‌ର ମୂଲ୍ୟ ୧୨୦୦୦ ଟଙ୍କା ହୋଇଥିବା ବେଳେ sg କମ୍ପାନି ବଲ୍‌ର ମୂଲ୍ୟ ୪୦୦୦ ଟଙ୍କା ରହିଥାଏ । ଏହି ବଲ୍‌ଗୁଡ଼ିକ ଓ୍ଵାଟର ପ୍ରୁଫ୍‌ ହେବା ସହ ପୂରା ଚମଡାରେ ତିଆରି ହୋଇଥାଏ । ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ଯେ ଆଇସିସି ତାର ଅଧିକାଂଶ ମ୍ୟାଚ ‘kookaburra’ ବଲ୍‌ରେ କରିଥାଏ । ‘kookaburra’ ଏକ ଅଷ୍ଟ୍ରେଲୀୟ କମ୍ପାନି।  ଭାରତର ମିରଠ ଓ ଜଲନ୍ଧରରେ ଏହି କମ୍ପାନିର  ବଲ୍‌ ପ୍ରସ୍ତୁତ ହୋଇଥାଏ ।

ସମ୍ବନ୍ଧିତ ଖବର