ହାମିଲ୍ଟନ୍: ମାତ୍ର ୨ ରନ୍ ବ୍ୟବଧାନରେ ରୋମାଞ୍ଚକ ବିଜୟ ହାସଲ କରିବା ସତ୍ତ୍ୱେ ଇଂଲଣ୍ଡ ଚଳିତ ଟ୍ରାନ୍ସ ଟାସ୍ମାନ୍ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଫାଇନାଲ୍ ଯୋଗ୍ୟତାରୁ ବଞ୍ଚିତ ହୋଇଛି। ଅନ୍ୟପକ୍ଷରେ ପରାଜୟ ବରଣ କରିଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ ହାରରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ବୁଧବାର ଦିନ ଅଷ୍ଟ୍ରେଲିଆ ସହିତ ଫାଇନାଲ୍ ଖେଳିବା ନିଶ୍ଚିତ ହୋଇଛି। ଇଂଲଣ୍ଡ ଯଦି ଅନ୍ୟୁନ ୨୦ ରନ୍ ବ୍ୟବଧାନରେ ଜିତିଥାନ୍ତା ତେବେ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିପାରିଥାନ୍ତା।
ସଂକ୍ଷିପ୍ତ ସ୍କୋର:ଇଂଲଣ୍ଡ ୨୦ ଓଭରରେ ୧୯୪/୭ (ମୋର୍ଗାନ୍-୮୦*, ମଲାନ୍-୫୩, ବୋଲ୍ଟ-୩/୫୦,ସାଇଦି-୨/୨୨)। ନ୍ୟୁଜିଲାଣ୍ଡ୍ ୨୦ ଓଭରରେ ୧୯୨/୪ (ଗପ୍ଟିଲ୍-୬୨, ମୁନ୍ରୋ-୫୭, ଚାପମ୍ୟାନ୍-୩୭*, ରସିଦ୍-୧/୨୨, ଡ’ସନ୍-୧/୨୭, ମଲାନ୍-୧/୨୭, କୁରାନ୍-୧/୩୨)।