ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ

ଡିଏଭି ଓ ସୈନିକ ସ୍କୁଲ୍‌ ବିଜୟୀ

ଭୁବନେଶ୍ୱର: ଡିଏଭି ଚନ୍ଦ୍ରଶେଖରପୁର ଏବଂ ସୈନିକ ସ୍କୁଲ୍‌ ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶନିବାର ନିଜ ନିଜ ମ୍ୟାଚ୍‌ର ବିଜୟୀ ହୋଇଛନ୍ତି। ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ଏହି ପ୍ରତିଯୋଗିତାର ଶନିବାର ପ୍ରଥମ ମ୍ୟାଚ୍‌ରେ ଡିଏଭି ସ୍କୁଲ୍‌ କୁମାର ଆଶୁତୋଷଙ୍କ ପେନାଲ୍‌ଟି କିକ୍‌ ଜରିଆରେ ୧-୦ ଗୋଲ୍‌ରେ ଜାଭିୟର୍‌ସ ଖଣ୍ଡଗିରିକୁ ପରାସ୍ତ କରିଥିଲା। କୁମାର ଆଶୁତୋଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ବିକାଶ ଆବାସିକ ସ୍କୁଲ୍‌ର ଡିନ୍‌ ପିତାମ୍ବର ଦାସ ପ୍ରଦାନ କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ସୈନିକ ସ୍କୁଲ୍‌ ୩-୦ ଗୋଲ୍‌ରେ ପଳାଶୁଣୀ ଉଚ୍ଚବିଦ୍ୟାଳୟକୁ ପରାସ୍ତ କରିଥିଲା। ଅମିତ କୁମାର ସିଂହ, ଶୁଭମ୍‌ ରାଜ୍‌ ଓ ଶିବଶଙ୍କର ହେମ୍ବ୍ରମ୍‌ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଶୁଭମ୍‌ ରାଜ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଭାରତୀୟ କନିଷ୍ଠ ଫୁଟ୍‌ବଲ୍‌ ଦଳର ପୂରାତନ ଖେଳାଳି ପ୍ରସନ୍ନ ଦାସ ପ୍ରଦାନ କରିଥିଲେ। କୀର୍ତି ସ୍ୱାଇଁ, ସରୋଜ ମହାରଣା, ଶ୍ରୀକାନ୍ତ ପଣ୍ଡା, ରାଜେନ୍ଦ୍ର ବାରିକ, ପାକା ପଣ୍ଡା, ମହେଶ୍ୱର ସିଂହ (କମିଶନର) ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର