ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଆୟୋଜନ ହେବାକୁ ଥିବା ୧୮ତମ ଏସିଆନ୍‌ ଗେମସ୍‌ ପାଇଁ ଭାରତୀୟ ଅଲମ୍ପିକ ସଂଘ ମଙ୍ଗଳବାର ଭାରତୀୟ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଛି। ଚଳିତ ବର୍ଷ ଜାକର୍ତ୍ତା ପାଲେମବାଙ୍ଗରେ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏସୀୟ କ୍ରୀଡାରେ ଭାରତରୁ ୫୨୪ ଜଣ ପ୍ରତିଯୋଗୀ ଭାଗ ନେବେ। ଭାରତୀୟ ଖେଳାଳିମାନେ(୨୭୭ ଜଣ ପୁରୁଷ ଓ ୨୪୭ ଜଣ ମହିଳା) ୩୬ ଖେଳ ବିଭାଗରେ ପ୍ରତିନିଧିତ୍ୱ କରିବେ।

Advertisment

publive-image

ଭାରତୀୟ ପ୍ରତିଯୋଗୀମାନେ ତୀରନ୍ଦାଜୀ, ଆଥଲେଟିକସ୍‌, ବ୍ୟାଡମିଣ୍ଟନ, ବାସ୍କେଟବଲ୍‌, ବକସିଂଗ, ବୋଲିଂ, ସ୍ପିଣ୍ଟ, ସ୍ଲାଲୋମ, ସାଇକେଲ ଚାଳନା, ଇକ୍ୱାଇଷ୍ଟେନ, ଫେନ୍‌ସିଂଗ, ଜିମ୍ନାଷ୍ଟିକ୍‌, ଗୋଲଫ୍‌, ହ୍ୟାଣ୍ଡବଲ୍‌, ହକି, ଜୁଡୋ, କବାଡି, କରାଟେ, କୁରାସ, ପେନସ୍‌କ ସିଲାଟ, ରୋଲର ସ୍କେଟିଂଗ, ରୋଇଂ, ସେଲିଂ, ସାମ୍ବୋ, ସିପକତକ୍ରା, ସୁଟିଂ, ସ୍କାସ, ଆକ୍ୱାଟିକ-ସୁଇମିଂ, ଆକ୍ୱାଟିକ-ଡିଭାଇଂ, ଟେନିସ, ତାଇକୋଣ୍ଡୋ, ଟ୍ରାଇଥୋଲନ, ସଫଟ୍‌ ଟେନିସ, ଟେବୁଲ ଟେନିସ, ଭଲି ବଲ, େଓ୍ଵଟ୍‌ଲିଫଟିଂଗ, ରେସଲିଂ ଓ ଉର୍ଷୁ। ଆଥଲେଟିକରେ ସର୍ବାଧିକ ୫୨ ଜଣ ପ୍ରତିଯୋଗୀ ଭାଗ ନେବେ।

ଜାକର୍ତ୍ତା ପାଲେମବାଙ୍ଗରେ ଆୟୋଜନ ହେବାକୁ ଥିବା ୧୮ତମ ଏସିଆନ୍‌ ଗେମସ୍‌ରେ ସ୍ଥାନ ପାଇଥିବା ୫୨୪ ଜଣ ଖେଳାଳିଙ୍କୁ ଭାରତୀୟ ଅଲମ୍ପିକ ସଂଘର ସାଧାରଣ ସମ୍ପାଦକ ରାଜୀବ ମେହତା ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଜାପାନର ରାଜଧାନୀ ଟୋକିଓରେ ୨୦୨୦ରେ ଆୟୋଜନ ହେବାକୁ ଥିବା ଅଲମ୍ପିକକୁ ଦୃଷ୍ଟିରେ ରଖି ଏସିଆନ୍‌ ଗେମସ୍‌ ପାଇଁ ପ୍ରତିଯୋଗୀ ଚୟନ କରାଯାଇଛି।

ଭାରତୀୟ ଅଲମ୍ପିକ ସଂଘ ଗତ ଜୁନରେ କ୍ରୀଡା ମନ୍ତ୍ରାଳୟକୁ ୨୩୭୦ ଖେଳାଳିଙ୍କ ନାମକୁ ପ୍ରସ୍ତାବ ଦେଇଥିଲା। ମାତ୍ର କ୍ରୀଡା ମନ୍ତ୍ରାଳୟ ୫୨୪ ଜଣ ପ୍ରତିଯୋଗୀଙ୍କ ନାମକୁ ମଞ୍ଜୁରୀ ଦେଇଛନ୍ତି। ବର୍ଷ ୨୦୧୪ରେ ଇଞ୍ଛେନ ଏସିଆନ୍‌ ଗେମସ୍‌ରେ ଭାରତରୁ ୫୪୧ ଜଣ ଖେଳାଳି ୨୮ଟି ବିଭାଗରେ ଭାଗ ନେଇଥିଲେ। ଏଥର କରାଟେ, କୁରାସ, ପେନସ୍‌କ ସିଲାଟ, ରୋଲର ସ୍କେଟିଂଗ, ସାମ୍ବୋ, ସିପକତକ୍ରା, ଟ୍ରାଇଥୋଲନ ଓ ସଫଟ୍‌ ଟେନିସକୁ ଯୋଡ଼ାଯାଇଛି।