ଆଇଓଏ ସଭାପତି ଦୌଡ଼ରେ ୩ ଜଣ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ସଭାପତି ପଦ ପାଇଁ ଏଥର ତିନି ଜଣଙ୍କ ମଧ୍ୟରେ ଲଢ଼େଇ ହେବ। ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ (ମଙ୍ଗଳବାର ଅପରାହ୍ନ ୨ଟା) ସୁଦ୍ଧା ମାତ୍ର ୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା ଗତ ୨୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମଙ୍ଗଳବାର ଶେଷ ଦିନ ଆଇଓଏ କୋଷାଧ୍ୟକ୍ଷ ଅନିଲ ଖାନ୍ନା ଓ ଉପସଭାପତି ବୀରେନ୍ଦ୍ର ପ୍ରସାଦ ବୈଶ୍ୟ ପ୍ରାର୍ଥିପତ୍ର ଦାଖଲ କରି ସମସ୍ତଙ୍କୁ ଚକିତ କରିଛନ୍ତି। ଉଭୟ ବାତ୍ରା ଓ ଖାନ୍ନା ସଭାପତି ସହିତ ବରିଷ୍ଠ ଉପସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାତ୍ରାଙ୍କୁ ପୂର୍ବତନ ଆଇଓଏ ସଂପାଦକ ରଣଧୀର ସିଂହ ଓ ପୂର୍ବତନ ଭାରତୀୟ ଦୌଡ଼କୁଦ ସଂଘ ସଂପାଦକ ଲଲିତ ଭାନୋଟ୍‌ ସମର୍ଥନ କରୁଛନ୍ତି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି, ବାତ୍ରା ହିଁ ସଭାପତି ପଦ ଅଳଂକୃତ କରିବେ ଏବଂ ଖାନ୍ନା ବରିଷ୍ଠ ଉପସଭାପତି ଚୌକିରେ ବସିବେ।

ସମ୍ବନ୍ଧିତ ଖବର