ଆଇଓସି ସଭାପତି ପଦରେ ୨୦୨୫ ପର୍ଯ୍ୟନ୍ତ ରହିବେ ବାକ୍‌

ଏଥେନ୍ସ: ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ସଭାପତି ପଦରେ ଥୋମାସ ବାକ୍‌ ୨୦୨୫ ପର୍ଯ୍ୟନ୍ତ ରହିବେ। ସେ ବିନା ପ୍ରତିଦ୍ବନ୍ଦ୍ବିତାରେ ଆସନ୍ତା ବର୍ଷ ନିଜର ଦ୍ବିତୀୟ ପାଳି ଆରମ୍ଭ କରିବେ ବୋଲି ଆଇଓସି ମଙ୍ଗଳବାର କହିଛି। ୨୦୧୩ରେ ବୁଏନସ ଏୟାର୍ସରେ ଆୟୋଜିତ ନିର୍ବାଚନରେ ବାକ୍‌ ୫ ଜଣ ପ୍ରାର୍ଥୀଙ୍କୁ ହରାଇ ଜାକ୍ସ ରୋ‌ଗ୍‌ଙ୍କଠୁ ଏହି ଦାୟିତ୍ବ ଗ୍ରହଣ କରିଥିଲେ। ଆଇଓସି ନିୟମାନୁସାରେ ଜଣେ ସଭାପତି ପ୍ରଥମ ୮ ଓ ଦ୍ବିତୀୟ ୪ ଏହି ଅନୁଯାୟୀ ଅତିବେଶୀରେ ୨ଟି କାର୍ଯ୍ୟକାଳ ପାଇଁ ପଦରେ ରହିପା‌ରିବେ। ଆସନ୍ତାବର୍ଷ ଏଥେନ୍ସରେ ହେବାକୁଥିବା ୧୩୭ତମ ଆଇଓସି ବୈଠକରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି ପଦ ପାଇଁ କେବଳ ବାକ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପେସାରେ ଆଇନଜୀବୀ ଥିବା ଜର୍ମାନିର ବାକ୍‌ ୧୯୭୬ ମଣ୍ଟ୍ରିଲ ଅଲିମ୍ପିକ୍ସରେ ଅସୀ ଚାଳନାରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର